ହାଇଦ୍ରାବାଦ: ଗେହରାୟାଁର ସାଉଣ୍ଡଟ୍ରାକ୍ ଏବେ ଧୁମ୍ ମଚାଉଛି । ଶକୁନ୍ ବତ୍ରାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଗେହରାୟାଁ'ର ଟ୍ରେଲର ଆଉଟ ହୋଇଛି। ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ମଧ୍ୟରେ ଦେଖାଯାଇଥିବା ବୋଲ୍ଡ ସିନକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି । ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ 'ଡୁବେ' ମଧ୍ୟ ରିଲିଜ୍ ହୋଇସାରିଛି । କିନ୍ତୁ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକକୁ ଅପେକ୍ଷା କରିଥିଲେ, ଗେହରାୟାଁ ଯାହା ବର୍ତ୍ତମାନ ପୂରା ହୋଇଛି ।
ଗେହରାୟାଁର ଟାଇଟଲ୍ ଟ୍ରାକରେ ପୁଣି ଥରେ ଦୀପିକା, ଅନନ୍ୟା, ସିଦ୍ଧାନ୍ତ ଏବଂ ଧୈର୍ଯ୍ୟଙ୍କ ମଧ୍ୟରେ ସମ୍ପର୍କକୁ ଚିତ୍ରଣ କରୁଥିବା ବୋଲ୍ଡ ସିନକୁ ଦେଖାଯାଇଛି । କିନ୍ତୁ ଏହି ଗୀତର ସବୁଠାରୁ ବିଶେଷ କଥା ହେଉଛି ଏହାର ମ୍ୟୁଜିକ ଏବଂ ଗାୟକ ଲୋଥିକାଙ୍କ ସ୍ୱର ଖୁବ ଜବରଦସ୍ତ ହୋଇଛି ।
ଗୀତର ଲିରିକ୍ସକୁ ଅଙ୍କୁର ତିୱାରୀ ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି ଏବଂ ଅଙ୍କିତ ତିୱାରୀଙ୍କ ଦ୍ୱାରା ମ୍ୟାଜିକ୍ ମଧ୍ୟ ଦିଆଯାଇଛି । ସୋନି ମ୍ୟୁଜିକର ୟୁଟ୍ୟୁବ୍ ଚ୍ୟାନେଲରେ ଆଜି(ମଙ୍ଗଳବାର) ଏହି ଗୀତ ରିଲିଜ୍ ହୋଇଛି, ଯେଉଁଥିରି ଜବରଦସ୍ତ ରେସପନ୍ସ ମିଳୁଛି । ଚଳଚ୍ଚିତ୍ରଟି ଶକୁନଙ୍କ ଜୁସ୍କା ଫିଲ୍ମସ ପ୍ରଡକ୍ସନ ହାଉସ ସହିତ ଧର୍ମା ପ୍ରଡକ୍ସନ୍ ଓ ବାଇକମ୍-୧୮ ଷ୍ଟୁଡିଓ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି ।