ଓଡିଶା

odisha

ETV Bharat / sitara

ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହିଂସାକୁ ନେଇ ମୁହଁ ଖୋଲିଲେ ଗୌହର - gurugram

ଗୁରୁଗ୍ରାମରେ ମେ 25ରେ କିଛି ଲୋକ ଜଣେ ମୁସଲିମ ଯୁବକକୁ କଥିତ ରୂପେ ମାଡ ମାରିଥିଲେ । ବର୍ତ୍ତମାନ ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଗୌହର ଖାନ । ଟ୍ବିଟ ଜରିଆରେ ହିଂସା ରୋକିବାକୁ କରିଛନ୍ତି ଅପିଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଗୌହର ଖାନ

By

Published : May 28, 2019, 5:55 PM IST

ମୁମ୍ବାଇ: କିଛି ଦିନ ହେବ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସହ ହୋଇଥିବା ହିଂସାକୁ ନେଇ ମୁହଁ ଖୋଲିଛନ୍ତି ବି-ଟାଉନର କଣ୍ଟ୍ରୋଭର୍ସି ଅଭିନେତ୍ରୀ ଗୌହର ଖାନ । ସେ ଟ୍ବିଟ ଜରିଆରେ ନିଜ କ୍ରୋଧକୁ ଜାହିର କରିଛନ୍ତି । ସେ ଟ୍ବିଟରେ ଅପିଲ କରିଛନ୍ତି କି ଏବେ ଘୃଣା ଓ ହିଂସାକୁ ବନ୍ଦ କରିବା କଥା ।

ସେ ଟ୍ବିଟ କରି ଲେଖିଛନ୍ତି, "ଧର୍ମ ନାମରେ ଏବେ ହିଂସା ବନ୍ଦ ହେବା କଥା । ପ୍ରତିଜ୍ଞାର ପ୍ରଥମ ଦିନରେ ଜଣେ ମୁସଲିମ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଲୋକଙ୍କ ସାମ୍ନାରେ ଖୁବ୍ ମାଡମରା ଯାଇଥିଲା । ଦ୍ବିତୀୟ ଦିନରେ ଗୁରୁଗ୍ରାମରେ ଜଣେ ମୁସଲିମ ନମାଜ ଟୋପି ପିନ୍ଧିଥିବାରୁ ମାଡ ଖାଇଥିଲା । ଖାଲି ଏତିକି ନୁହେଁ ତାକୁ ଧମକ ମଧ୍ୟ ଦିଆଯାଇଥିଲା ଯଦି ସେ ଟୋପି ନ ହଟାଇବେ , ତେବେ ତାକୁ ଘୁଷୁରୀ ମାଂସ ଜବରଦସ୍ତ ଖୁଆଯିବ । କଣ ଏହି ମାମଲାର ବଡ ଶବ୍ଦରେ ନିନ୍ଦା ହେବ କଥା ନୁହେଁ? ଏବେ ଏହା ଆହୁରି ଗତ ପାଞ୍ଚ ବର୍ଷ ପରି ଚାଲିବ ।"

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଗୌହର ଖାନ

ସେ ଆହୁରି ମଧ୍ୟ ଲେଖିଛନ୍ତି, "ଦୟା କରି ଧର୍ମ ନାମରେ ଲୋକଙ୍କୁ ମାଡମାରନ୍ତୁ ନାହିଁ, ରହିଯାଆନ୍ତୁ । ବାଡି ଧରି କାହିଁକି ବୁଲୁଛନ୍ତି ଏହି ଅତ୍ୟାଚାରୀ ଲୋକ ? ତେବେ କଣ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କୁ ନିଜ ଆତ୍ମରକ୍ଷା ପାଇଁ ସାଥିରେ ବାଡି ଧରି ବୁଲିବାକୁ ପଡିବ ? ଆପଣଙ୍କୁ ଅପିଲ କରୁଛି, ହିଂସାର ନିନ୍ଦା କରନ୍ତୁ, ସବୁବେଳେ, ଆଉ ସବୁଦିନ ।"

ପ୍ରକାଶ ଥାଉକି ଗୁରୁଗ୍ରାମରେ ମେ 25ରେ କିଛି ଲୋକ ଜଣେ ମୁସଲିମ ଯୁବକକୁ କଥିତ ରୂପେ ମାଡମାରିଥିଲେ । ମାଡମାରିବା ସହ ତାକୁ ଜବରଦସ୍ତ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରିଥିଲେ ।

କେବଳ ଗୌହର ନୁହେଁ ଏହି ମାମଲାର ନିନ୍ଦା ପୂର୍ବତନ କ୍ରିକେଟର ଏବଂ ସାଂସଦ ଗୌତମ ଗମ୍ଭୀର ମଧ୍ୟ କରିଛନ୍ତି । ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଅପିଲ କରିଛନ୍ତି ଅନେକ ସେଲିବ୍ରିଟିଜ ।

For All Latest Updates

ABOUT THE AUTHOR

...view details