ମୁମ୍ବାଇ: ମଡେଲ ଓ ଅଭିନେତ୍ରୀ ଗୌହର ଖାନଙ୍କ ପରିବାରରେ ଶୋକର ଲହରୀ । ଆଖି ବୁଜିଲେ ତାଙ୍କ ପିତା । ଦୀର୍ଘ ସମୟରୁ ଅସୁସ୍ଥ ଥିବା ଜଫର ଅହମ୍ମଦ ଖାନଙ୍କ ଦେହାନ୍ତ ଆଜି ସକାଳେ ହୋଇଛି । ସେପଟେ ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି ଗୌହରଙ୍କ ବନ୍ଧୁ ପ୍ରୀତି ସିମୋସ ।
ପରଲୋକରେ ଗୌହର ଖାନଙ୍କ ପିତା, ଶୋକ ପ୍ରକାଶ କଲେ ପରିବାର - ଜଫର ଅହମ୍ମଦ ଖାନଙ୍କ ଦେହାନ୍ତ
ସୋସିଆଲ ମିଡିଆରେ ଇମୋଶନାଲ ପୋଷ୍ଟ କରି ପିତାଙ୍କ ମୃତ୍ୟୁ ଖବରର ସୂଚନା ଦେଲେ ଗୌହର । ଅଧିକ ପଢନ୍ତୁ...
![ପରଲୋକରେ ଗୌହର ଖାନଙ୍କ ପିତା, ଶୋକ ପ୍ରକାଶ କଲେ ପରିବାର ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ](https://etvbharatimages.akamaized.net/etvbharat/prod-images/768-512-10879225-thumbnail-3x2-gauahr.jpeg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଗୌହର ଖାନ
ଗୌହରଙ୍କ ଭଉଣୀ ତଥା ଅଭିନେତ୍ରୀ ନିଗାର ଖାନ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଦୁବାଇରୁ ଭାରତକୁ ଫେରୁଛନ୍ତି ।
ଏହି ଦୁଃଖଦ ଖବରରେ ଭାଙ୍ଗି ପଡିଥିବା ଗୌହର ମଧ୍ୟ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରି ଲେଖିଛନ୍ତି, ‘ମୋ ହିରୋ ତୁମ ପରି କେହିଁ ନାହିଁନ୍ତି । ଯାହାଙ୍କୁ ମୁଁ ସବୁଠୁ ଅଧିକ ଭଲ ପାଏ । ମୋ ବାପାଙ୍କ ଦେହାନ୍ତ ହୋଇଛି । ମୋ ବାପାଙ୍କ ଆତ୍ମା ଭଲ ଦୂତ ଭାବରେ ସ୍ବର୍ଗକୁ ଯାଇଛି । ଆଲ୍ଲହାମଦୁଲିଲା ।’