ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ପୁଣି ଥରେ ବିବାଦ ଘେରରେ । କମାଠୀପୁରା ବାସିନ୍ଦା ଏହି ଫିଲ୍ମକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ଏହା ପଛରେ କାରଣ ଦର୍ଶାଇଛନ୍ତି ଯେ, ଫିଲ୍ମଟି କମାଠୀପୁରା ଅଞ୍ଚଳକୁ ଭୁଲ ଢଙ୍ଗରେ ଚିତ୍ରଣ କରିଛି ।
ସଞ୍ଜୟ ଲୀଲାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ବିବାଦରେ ଅଛି । ଏହାପୂର୍ବରୁ ତାଙ୍କ ଚଳଚ୍ଚିତ୍ର 'ବାଜିରାଓ ମସ୍ତାନୀ' ଏବଂ 'ପଦ୍ମାବତ' ମଧ୍ୟ ବିବାଦ ଘେରରେ ଥିଲା ।