ହାଇଦ୍ରାବାଦ: ମୁରଲୀ ପ୍ରସାଦ ଶର୍ମା ବା ମୁନ୍ନା ଭାଇ, ନାଁଟି ଶୁଣିଲେ ସଞ୍ଜୟ ଦତ୍ତଙ୍କ ସେଇ ଆଇକୋନିକ ଫିଲ୍ମ ‘ଲଗେ ରହୋ ମୁନ୍ନା ଭାଇ’ କଥା ମନେ ପଡେ । ଫିଲ୍ମରୁ କିଛି ଦିନର ବିରତି ନେବା ପରେ ଫିଲ୍ମ ‘ମୁନ୍ନାଭାଇ ଏମବିବିଏସ’ ଜରିଆରେ ବଲିଉଡକୁ ପୁଣି ଏଣ୍ଟ୍ରି ମାରିଥିଲେ ସଞ୍ଜୟ ଦତ୍ତ । ଏହାପରେ 2006ରେ ‘ଲଗେ ରହୋ ମୁନ୍ନାଭାଇ’ ରିଲିଜ ହୋଇଥିଲା । ଗାନ୍ଧୀଗିରିର ପରିଭାଷାକୁ ସମ୍ପୁର୍ଣ୍ଣ ପରିବର୍ତ୍ତନ କରିଥିଲା ଏହି ଫିଲ୍ମ ।
ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ରାଜକୁମାର ହିରାନି ଓ ପ୍ରଯୋଜନା କରିଥିଲେ ବିଦୁ ବିନୋଦ ଚୋପ୍ରା । ଗାନ୍ଧୀଗିରି ଜରିଆରେ ଜଣେ ସାଧାରଣ ବ୍ୟକ୍ତି କିପରି ନିଜର ସମସ୍ୟାକୁ ସମାଧାନ କରୁଛି, ଏହି ଫିଲ୍ମର ସାରାଂଶ । ଚାରୋଟି ନ୍ୟାସନାଲ ଆୱାର୍ଡ ସହ 2007ରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସ୍ପେଶାଲ ସ୍କ୍ରିନି କରାଯାଇଥିଲା । ଅନ୍ୟପକ୍ଷେ 2007ରେ ଏକାଡେମୀ ଆୱାର୍ଡ ପାଇଥିଲା । ଏହାର ତେଲୁଗୁ ଭର୍ସନ ମଧ୍ୟ ‘ଶଙ୍କର ଦାଦା ଜିନ୍ଦାବାଦ୍’ ନାମରେ ରିଲିଜ କରାଯାଇଥିଲା ।
ମୁନ୍ନାଭାଇ ନିଜ ଲେଡି ଲଭକୁ ଦେଖା କରିବା ପାଇଁ ରେଡିଓ କୁଇଜରେ ଭାଗ ନେଲେ ଓ ପ୍ରତିଯୋଗୀତାରେ ବିଜୟୀ ହୋଇ ଲେଡି ଲଭ୍ ଜାହ୍ନବୀ ଅର୍ଥାତା ବିଦ୍ୟା ବାଲନଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ସେଠାରେ ଜାହ୍ନବୀ ତାଙ୍କୁ ଜଣେ ଶିକ୍ଷକ ଭାବରେ ପରିଚିତ କରାଇଲେ ଓ ଏକ ବୃଦ୍ଧାଶ୍ରମରେ ଗାନ୍ଧୀଙ୍କ ବିଷୟରେ ଆଲୋଚନା କରିବା ପାଇଁ ଡକାଇଲେ । ଗାନ୍ଧୀଙ୍କ ବିଷୟରେ ଜାଣିନଥିବା ମୁନ୍ନା ଲାଇବ୍ରେରୀରେ ବେଶି ଗାନ୍ଧୀଙ୍କ ବିଷୟରେ ପଢୁଥିବା ବେଳେ ତାଙ୍କୁ ଗାନ୍ଧୀଜୀ ଅର୍ଥାତ ଦିଲ୍ଲୀପ ପ୍ରଭାଭାଲକର୍ ନଜର ଆସିଥିଲେ ଓ ପ୍ରତିକ୍ଷେତ୍ରରେ ଗାନ୍ଧୀଜୀ, ମୁନ୍ନାଭାଇଙ୍କୁ ସହୟତା କଲେ ।