ଓଡିଶା

odisha

ETV Bharat / sitara

ରିଲିଜର କିଛି ଘଣ୍ଟା ମଧ୍ୟରେ ଲିକ ହେଲା ‘ବେତାଲ’, ଚିନ୍ତାରେ କିଙ୍ଗ ଖାନ - ‘ବେତାଲ’ ମେକର୍ସଙ୍କୁ ବଡ ଝଟ

‘ବେତାଲ’ ମେକର୍ସଙ୍କୁ ବଡ ଝଟକା । ରିଲିଜ ହେବାର କିଛି ଘଣ୍ଟାରେ ଅନଲାଇନ ଲିକ ହେଲା ୱେବ ସିରିଜ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହରୁଖ ଖାନ

By

Published : May 24, 2020, 7:55 PM IST

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଦ୍ବାରା ପ୍ରଯୋଜିତ ଥ୍ରିଲର, ହରର ଓ ଆକ୍ସନଭରା ୱେବ ସିରିଜ ‘ବେତାଲ’ ଆଜି(ଶନିବାର) ନେଟଫ୍ଲିକ୍ସରେ ରିଲିଜ ହୋଇଯାଇଛି। ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଏହା ତାଙ୍କ ଦ୍ବିତୀୟ ୱେବ ସିରିଜ। ତାଙ୍କ ରେଡ ଚିଲିସ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ ହାଉସରେ ପ୍ରଯୋଜିତ ହୋଇଛି ‘ବେତାଲ’। ଅନେକ ସମସ୍ୟା ପରେ ବମ୍ବେ ହାଇକୋର୍ଟ ତରଫରୁ ସିରିଜ ରିଲିଜ କରିବାକୁ ଅନୁମତି ମିଳିଥିଲା ।

ହେଲେ ମେକର୍ସଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ଏବେ ମେକର୍ସଙ୍କୁ ମିଳିଛି ବଡ ଝଟକା। କିଛି ଘଣ୍ଟା ପୂର୍ବରୁ ରିଲିଜ ‘ବେତାଲ’ ଅନଲାଇନ ହ୍ୟାଙ୍କିର ଶିକାର ହୋଇଛି। ତାମିଲରକର୍ସ, ଟେଲିଗ୍ରାମ ପରି କୁଖ୍ୟାତ ହ୍ୟାଙ୍କି ସାଇଟ ଗୁଡିକରେ ଏଚଡି ଭିଡିଓରେ ପୁରା ସିଜନ ଲିକ ହୋଇଛି । ଏହା ବ୍ୟତୀତ ଡାଉନଲୋଡ ଏବଂ ଅନଲାଇନ ଦର୍ଶନ ପାଇଁ ‘ବେତାଲ’ ମାଗଣା ଲିଙ୍କ ମଧ୍ୟ ଉପଲବ୍ଧ।

ଏହି ସିରିଜର ରିଲିଜ 24 ଘଣ୍ଟା ବି ହୋଇନାହିଁ ଏବଂ ପୁରା ସିରିଜ ଅନଲାଇନରେ ଲିକ ହେବା ମେକର୍ସଙ୍କୁ ବଡ ଧକ୍କା ପରି ଲାଗିଛି | ପୁରା ୱେବ ସିରିଜ ଡାଉନଲୋଡ କରିବାକୁ ଅନେକ ଶବ୍ଦ ବ୍ୟବହୃତ ହେଉଛି ଯେପରିକି ବେତାଲ ଫୁଲ ୱେବ ସିରିଜ ଡାଉନଲୋଡ, ବେତାଲ ଫୁଲ ସିରିଜ ତାମିଲରକର୍ସ, ବେତାଲ ଫୁଲ ୱେବ ସିରିଜ ତାମିଲରକର୍ସ ଏଚଡି ଡାଉନଲୋଡ।

ପ୍ରକାଶ ଥାଉକି ‘ବେତାଲ’ ସିରିଜରେ 4 ଟି ଏପିସୋଡ ଦେଖିବାକୁ ପାଇବେ ଦର୍ଶକ। ଗୋଟିଏ ଏପିସୋଡ 45 ମିନିଟ। ଅର୍ଥାତ୍ ଆପଣ ଏହାକୁ 3 ଘଣ୍ଟିଆ ଫିଲ୍ମ ଭାବରେ ଦେଖିପାରିବେ।

‘ବେତାଲ’ର କାହାଣୀ ଏକ ଗାଁର କାହାଣୀ । ଯେଉଁଥିରେ ଦୁଇ ଦଶନ୍ଧି ପୁରୁଣା ଇଷ୍ଟ ଇଣ୍ଡିଆ କମ୍ପାନୀର କର୍ଣ୍ଣେଲ ବେତାଲ ତାଙ୍କ ଜମ୍ବି ଆର୍ମି ସହ ଫେରିଆସିଛନ୍ତି । ଯାହାକୁ ନେଇ ଭୟଭିତ ସେଠାର ଗ୍ରାମବାସୀ।

ABOUT THE AUTHOR

...view details