ଓଡିଶା

odisha

ETV Bharat / sitara

କମେଡିର ଓଭରଡୋଜ ନେଇ ଆସୁଛନ୍ତି ପୁଲକିତ - ‘ଫୁକରେ ରିର୍ଣ୍ଣସ’ର ପ୍ରଯୋଜନା

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଦର୍ଶକଙ୍କୁ ହିଣ୍ଟ ଦେଲେ ‘ଫୁକରେ’ ଷ୍ଟାର । ଜଲଦି ନିର୍ମାଣ ହେବାକୁ ଯାଉଛି କମେଡି ସିରିଜ ‘ଫୁକରେ’ ତୃତୀୟ ପାର୍ଟ ‘ଫୁକରେ 3’। କନଫର୍ମ କଲେ ପୁଲକିତ ସମ୍ରାଟ।

fukrey 3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Mar 10, 2020, 4:41 PM IST

ମୁମ୍ବାଇ: ବଲିଉଡରେ ଅନେକ ଫିଲ୍ମ କମେଡିର ଲାଇନକୁ ଆପଣାଇ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏମିତି ହି ବଲିଉଡର ହିଟ୍ ଫ୍ରାଞ୍ଚାଇଜ ଫୁକରେ ଅନ୍ୟତମ। ଏହି ସିରିଜର ଏଯାବତ ଦୁଇଟି ଫିଲ୍ମ ନିର୍ମାଣ ହୋଇସାରିଛି। ଆଉ ଖୁବଶୀଘ୍ର ଦର୍ଶକଙ୍କୁ ହସାଇବାକୁ ଆସିବା ଏହି ସିରିଜର ତୃତୀୟ ଫିଲ୍ମ ‘ଫୁକରେ 3’ । ଯାହାର ପ୍ରସ୍ତୁତି ଏବେ ଆରମ୍ଭ ହୋଇଯାଇଛି । ପୂର୍ବ ଦୁଇ ଫିଲ୍ମ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିଥିଲା । ଫରହାନ ଅଖତର ଓ ରିତେଶ ସିଧୱାନୀଙ୍କ ପ୍ରଡକ୍ସନ ହାଉସ ‘ଫୁକରେ ରିର୍ଣ୍ଣସ’ର ପ୍ରଯୋଜନା କରିଥିଲା।

ଫଟୋ ସୌଜନ୍ୟ ଇନଷ୍ଟାଗ୍ରାମ@ରିତେଶ ସିଧୱାନୀ

ଇତିମଧ୍ୟପରେ ଏହାର ତୃତୀୟ ପାର୍ଟ ପାଇଁ ଅଭିନେତା ପୁଲକିତ ସମ୍ରାଟ ଓ ରିତେଶ ସିଧୱାନୀ ଏକାଠି ହୋଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଦୁଇଜଣ ଏହା ପାଇଁ କନଫର୍ମ ମଧ୍ୟ କରିସାରିଲେଣି । ପୁଲକିତ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ରିତେଶଙ୍କୁ ‘ଫୁକରେ’ର ତୃତୀୟ ପାର୍ଟ ବିଷୟରେ ପଚାରିଛନ୍ତି । ଏହାର ଜବାବରେ ରିତେଶ ଲେଖିଛନ୍ତି 2020ରେ ଆରମ୍ଭ ହେବ। ଭିଡିଓ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ।

ଏଯାବତ ‘ଫୁକରେ 3’ର ଷ୍ଟାରକାଷ୍ଟଙ୍କୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ହେଲେ ଦର୍ଶକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ମେକର୍ସ ପୁରୁଣା ଷ୍ଟାରକାଷ୍ଟକୁ ପୁଣିଥରେ କାଷ୍ଟ କରିପାରନ୍ତି। ଏବେ ଦେଖିବା ବାକି ରହିଲା ଯେ ଫିଲ୍ମର ଆଗାମୀ ଘୋଷଣା କେବେ ହେଉଛି।

ABOUT THE AUTHOR

...view details