ମୁମ୍ବାଇ: ଲୋକପ୍ରିୟ ୱେବ ସିରିଜ ଫୋର ମୋର ଶଟସ ପ୍ଲିଜ ! ଏହାର ତୃତୀୟ ସିଜିନ ହେବାକୁ ସ୍ଥିର ହୋଇଛି । ଏହାର ଘୋଷଣା ଶୁକ୍ରବାର ଦିନ ନିଶ୍ଚିତ ହୋଇଛି । ଅଭିନେତା ତନିଷଥା ଚାଟାର୍ଜୀ ଏହି ୱେବ ସିରିଜ ସମସ୍ତ ଏପିସୋଡ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ।
ଆମାଜନ ପ୍ରାଇମ ଭିଡିଓ ପାଇଁ ରଙ୍ଗିତା ପ୍ରୀତୀଶ ନନ୍ଦୀଙ୍କ ଦ୍ୱାରା ନିର୍ମିତ ଏହି ୱେବ ସିରିଜରେ କିର୍ତ୍ତୀ କୁଲହରି, ସାୟାନି ଗୁପ୍ତା, ବାନି ଜେ ଏବଂ ମନଭି ଗାଗ୍ରୋ ଅଭିନୟ କରିଛନ୍ତି । ଏହି ୱେବ ସିରିଜର ପ୍ରଥମ ସିଜିନରେ ଅନୁ ମେନନ ନିର୍ଦ୍ଦେଶନା ଦେଇଥିବାବେଳେ ଏହାର ଦ୍ବିତୀୟ ସିଜିନର ନିର୍ଦ୍ଦେଶନା ନୁପୁର ଆସ୍ଥାନା ଦେଇଥିଲେ ।
ଫୋର ମୋର ଶଟସ ପ୍ଲିଜ ! ୱେବ ସିରିଜର ପ୍ରଥମ ଏବଂ ଦ୍ବିତୀୟ ସିଜିନର ସ୍କ୍ରିପ୍ଟ ଦେବିକା ଭାଗବତ ଲେଖିଥିଲେ । ବର୍ତ୍ତମାନ ଏହାର ତୃତୀୟ ସିଜିନର ସ୍କ୍ରିପ୍ଟ ମଧ୍ୟ ଦେବିକା ଭାଗବତ ଲେଖିଛନ୍ତି ।
ଫୋର ମୋର ଶଟସ ପ୍ଲିଜ ! ଏହାର ତୃତୀୟ ସିଜିନର ନିର୍ମିତା ପ୍ରୀତୀଶ ନନ୍ଦୀ କହିଛନ୍ତି ଯେ, ଏଥିରେ ଝିଅମାନେ ଅଧିକ ଷ୍ଟେରିଓଟାଇପର ସମ୍ମୁଖୀନ ହେବେ, କିନ୍ତୁ ଏହି ସମୟ ଝିଅମାନଙ୍କ ମଧ୍ୟରେ ଥିବା ସେମାନଙ୍କର ବନ୍ଧୁତା ସେମାନଙ୍କର ଶକ୍ତି ହେବ । ଏହାସହ ଏହି ତୃତୀୟ ସିଜିନରେ ଝିଅମାନେ ସେମାନଙ୍କ କ୍ୟାରିଅର, ସମ୍ପର୍କ, ପ୍ରେମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ବନ୍ଧୁତ୍ବକୁ ଦେଖେଇବେ ।