ମୁମ୍ବାଇ: ଖୁବଶୀଘ୍ର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ପୃଥ୍ବୀରାଜ’ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ପୂର୍ବତନ ବିଶ୍ବସୁନ୍ଦରୀ ମାନୁଷୀ ଛିଲ୍ଲର । ଏହାବ୍ୟତୀତ ସେ ହ୍ୟାଣ୍ଡସମ ଆକ୍ଟର ବିକ୍କୀ କୌଶଲଙ୍କ ସହ ମଧ୍ୟ କାମ କରିବାକୁ ଯାଉଛନ୍ତି । ହେଲେ ଏବେ ସେ ସେ ବିଶ୍ବସୁନ୍ଦରୀ ପ୍ରତିଯୋଗୀତା ଜିତିବା କଥା ମନେ ପକାଇ ସେୟାର କରିଛନ୍ତି ପୁରୁଣା କଥା ।
ବିଶ୍ବସୁନ୍ଦରୀ ମୁକୁଟ ପିନ୍ଧିବା ମୁହୂର୍ତ୍ତକୁ ମନେ ପକାଇଲେ ମାନୁଷୀ - ପୃଥ୍ବୀରାଜ’ ଡେବ୍ୟୁ କରିବେ ପୂର୍ବତନ ବିଶ୍ବସୁନ୍ଦରୀ ମାନୁଷୀ ଛିଲ୍ଲର
ଗତ ତିନି ବର୍ଷ ପୂର୍ବେ ବିଶ୍ବସୁନ୍ଦରୀ ମୁକୁଟ ପିନ୍ଧିଥିଲେ ମାନୁଷୀ । ଏହି ପ୍ରତିଯୋଗୀତାରେ ବିଜୟ ହୋଇ ସେ ଭାରତ ପାଇଁ ଆଣିଥିଲେ ଗୌରବ । ଯାହା ବିଷୟରେ ଏବେ ଆଲୋଚନା କରି ସେୟାର କରିଛନ୍ତି ଖୁସି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମାନୁଷୀ ଛିଲ୍ଲର
ଆଉ କହିଛନ୍ତି, ‘ତିନି ବର୍ଷ ପୂର୍ବେ ଭାରତକୁ ମିସ୍ ୱାର୍ଲ୍ଡ ମୁକୁଟ ଫେରାଇ ଆଣିବା ମୋ ପାଇଁ ଗୌରବର ବିଷୟ ଥିଲା । ମୋ ଦେଶ ପାଇଁ ଏହାକୁ ଜିତିବା ପ୍ରକୃତରେ ଗର୍ବିତ ଏବଂ ନମ୍ର ମୁହୂର୍ତ୍ତ ଥିଲା । ଏହା ଏକ ଅତ୍ୟନ୍ତ ପ୍ରତିଯୋଗୀ ଇଭେଣ୍ଟ ଏବଂ ଜିତିବାକୁ ସମସ୍ତେ ଅଂଶଗ୍ରହଣ କରନ୍ତି କିନ୍ତୁ ମୁଁ ଖୁସି ଯେ ମୁଁ ସେଠାରେ ବହୁତ ବନ୍ଧୁ ସୃଷ୍ଟି କରିବାରେ ସଫଳ ହୋଇଥିଲି । ମୁଁ ଆମର ପରମ୍ପରା ଏବଂ ସଂସ୍କୃତିକୁ ଭଲ ପାଏ ଏବଂ ମିସ୍ ୱାର୍ଲ୍ଡ ପ୍ଲାଟଫର୍ମ ମୋତେ ଏହାକୁ ସମଗ୍ର ବିଶ୍ବରେ ପ୍ରଦର୍ଶନ କରିବାର ସୁଯୋଗ ଦେଇଥିଲା ।’