ମୁମ୍ବାଇ: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପରୀକ୍ଷା ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି । ଯେଉଁଥିରେ ଅନେକ ଛାତ୍ରଛାତ୍ରୀ ବାଜି ମାରିନେଇଛନ୍ତି । ହେଲେ ବାଜି ମାରିଥିବା ତାଲିକାରେ ଏମିତି ଜଣେ ଝିଅଙ୍କ ନାମ ଅଛି । ଯାହାର ଚର୍ଚ୍ଚା ବର୍ତ୍ତମାନ ସବୁ ମହଲରେ ହେଉଛି । ସେ ହେଲେ ଐଶ୍ଚର୍ଯ୍ୟା ଶେଓରାନ(aishwarya sheoran) । ସେ ୟୁପିଏସସି ପରୀକ୍ଷାରେ 93ତମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କ ନାମର ଚର୍ଚ୍ଚା ହେବା କାରଣ ହେଲା ଯେ ସେ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ମଧ୍ୟ । ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
ୟୁପିଏସସି ପରୀକ୍ଷାରେ 93 ରାଙ୍କ ହାସିଲ କଲେ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ଚର୍ଯ୍ୟା
ଅନେକ ବ୍ୟୁଟି ପ୍ରତିଯୋଗୀତା ଜିତିବା ପରେ ଏବେ ସିବିଲ ସର୍ଭିସ ପରୀକ୍ଷାରେ ଅଲ ଇଣ୍ଡିଆ ରାଙ୍କ 93 ଅକ୍ତିଆର କରିଛନ୍ତି ଐଶ୍ଚର୍ଯ୍ୟା ।
ଐଶ୍ଚର୍ଯ୍ୟା ଜଣେ ଫେମସ ମଡେଲ । ଆଉ ସେ 2016ରେ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ମଧ୍ୟ ରହିସାରିଛନ୍ତି । ସିଭିଲ ସର୍ଭିସ ପାଇଁ ଛାତ୍ରଛାତ୍ରୀ ଅନେକ ବର୍ଷ ଧରି ପ୍ରାକ୍ଟିସ କରିଥାଆନ୍ତି । ଯାହାପରେ ଏହି ପରୀକ୍ଷାରେ ସଫଳ ହୁଅନ୍ତି । ହେଲେ ଖାସ୍ କଥା ହେଲା ଯେ ଐଶ୍ଚର୍ଯ୍ୟା ଏହି ପରୀକ୍ଷାରେ ପ୍ରଥମଥରରେ ବାଜି ମାରି ନେଇଛନ୍ତି ।
ଏହି କଥାର ସୂଚନା ଫେମିନା ମିସ ଇଣ୍ଡିଆ ଇନଷ୍ଟାଗ୍ରାମରେ ଦିଆଯାଇଛି । ଐଶ୍ଚର୍ଯ୍ୟାଙ୍କ ଏକ ଫଟୋ ସେୟାର କରାଯାଇ କ୍ୟାପସନରେ ଲେଖାଯାଇଛି, ‘ଐଶ୍ଚର୍ଯ୍ୟା ଫେମିନା ମିସ୍ ଇଣ୍ଡିଆ 2016ର ଫାଇନାଲିଷ୍ଟ. କ୍ୟାମ୍ପସ ପ୍ରିନ୍ସେସ ଦିଲ୍ଲୀ 2016, ଫ୍ରେଶେସର ବିଜେତା ଦିଲ୍ଲୀ 2015 । ସେ ସିବିଲ ସେବା ପରୀକ୍ଷାରେ ଅଲ ଇଣ୍ଡିଆ ରାଙ୍କ 93 ହାସିଲ କରିଛନ୍ତି । ଯାହା ଆମକୁ ଗୌରବାନ୍ବିତ କରୁଛି । ତାଙ୍କ ଏହି ଉପଲବ୍ଧିରେ ଫେମିନା ମିସ ଇଣ୍ଡିଆ ତରଫରୁ ଅନେକ ଅନେକ ଶୁଭେଚ୍ଛା।’