ମୁମ୍ବାଇ: ବହୁଚର୍ଚ୍ଚିତ ମଲ୍ଟିଷ୍ଟାରର ଫିଲ୍ମ 'କଲଙ୍କ'ର ଟିଜର ଗତ ମଙ୍ଗଳବାର ରିଲିଜ ହୋଇଯାଇଛି । 'କଲଙ୍କ' ବଲିଉଡର ପ୍ରଥମ ଏମିତି ଫିଲ୍ମ ଯାହା ଟିଜର ରିଲିଜ ପରେ ଅଧିକରୁ ଅଧିକ ପ୍ରତିକ୍ରିୟା ପାଇବାରେ ସଫଳ ହୋଇଛି । କେବଳ ଫ୍ୟାନ୍ସ କିମ୍ବା ଦର୍ଶକଙ୍କ ନୁହଁନ୍ତି, ଏହାସହ ବି-ଟାଉନ ଷ୍ଟାର୍ସ ମଧ୍ୟ ଫିଲ୍ମ ଟିଜର ଖୁବ୍ ପ୍ରଶଂସା କରୁଥିବାର ନଜର ଆସିଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଆଲିୟାଙ୍କ ପୂର୍ବତନ ପ୍ରେମିକ ବି ଅନ୍ୟତମ...
ଫିଲ୍ମରେ ବରୁଣ ଧୱନ, ଆଲିୟା ଭଟ୍ଟ, ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସିବେ ।ଏହି କ୍ରମରେ ଆଲିୟାଙ୍କ ଏକ୍ସ ବୟଫ୍ରେଣ୍ଡ ଅର୍ଥାତ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଫିଲ୍ମର ଟ୍ରେଲର ଦେଖି ଟିମକୁ ଶୁଭେଚ୍ଛା ଜଣାଇ ଏକ ଟ୍ବିଟ କରିଛନ୍ତି । ସେ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଟ୍ବିଟକୁ ରିଟ୍ବିଟ କରିଛନ୍ତି । ଯେଉଁଥିରେ କରନ ଫିଲ୍ମର ଟିଜର ପୋଷ୍ଟ କରିଥିଲେ । ଫିଲ୍ମର ପ୍ରଶଂସା କରି ସିଦ୍ଧାର୍ଥ ଲେଖିଛନ୍ତି, "Wow superb guys! Looking spectacular #KalankTeasar."