ନୂଆଦିଲ୍ଲୀ : ମହାମାରୀ କୋରୋନା ସମୟରେ ଯେତେବେଳେ ସାରା ଦେଶ ତାଲାବନ୍ଦ ସ୍ଥିତିରେ ରହିଥିଲା, ସେବେ ଅନେକ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ରିଅଲ ଲାଇଫ ହିରୋ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ତେବେ ସୋନୁଙ୍କ ଏପରି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଦେଶ ତଥା ବିଦେଶରୁ ବହୁତ ସମ୍ମାନ ମିଳିଥିଲା ।
ବର୍ତ୍ତମାନ ସୋନୁଙ୍କୁ ଫୋର୍ବସ୍ ପକ୍ଷରୁ ଲିଡରସିପ୍ ଆୱାର୍ଡ 2021 (Leadership Award 2021) ଦିଆଯାଇଛି । ଯାହାର ସୂଚନା ସୋନୁ ସୋସିଆଲ ମିଡିଆରେ ଦେଇଛନ୍ତି।
ସୋନୁ ତାଙ୍କ ଟ୍ବିଟରରେ ଟ୍ରଫିର ଏକ ଫଟୋ ସେୟାର କରିଛନ୍ତି। ଏହି ଆୱାର୍ଡରେ ତାଙ୍କୁ କୋଭିଡ -19 ହିରୋ ବୋଲି ଲେଖାଯାଇଛି ।