ଓଡିଶା

odisha

By

Published : Nov 26, 2020, 11:07 AM IST

ETV Bharat / sitara

ଫୁଟବଲ ଲିଜେଣ୍ଡ ଡିଏଗୋ ମାରାଡୋନାଙ୍କ ମୃତ୍ୟୁରେ ମର୍ମାହତ ସେଲିବ୍ରିଟି

ଦୁନିଆ ଛାଡି ଚାଲିଯାଇଛନ୍ତି ଫେମସ ଫୁଟବଲ ପ୍ଲେୟାର ମାରାଡୋନା । ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବଲିଉଡ ସେଲିବ୍ରିଟି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଆରପାରିରେ ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା । ହୃଦଘାତ ଯୋଗୁଁ ଆର୍ଜେଣ୍ଟିନାର ଏହି ଭେଟେରାନ ଫୁଟବଲରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନ ତଳେ ତାଙ୍କ ମସ୍ତିସ୍କ ଅସ୍ତ୍ରୋପଚାର ହୋଇଥିଲା । ମୁଣ୍ଡରେ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ ସେ ଡାକ୍ତରଖାନାରୁ ଘରକୁ ଫେରିଥିଲେ । ଡାକ୍ତର ତାଙ୍କୁ କିଛି ଦିନ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ପରିଶେଷରେ ସେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବଲିଉଡ ସେଲିବ୍ରିଟି ।

ସୁପରଷ୍ଟାର ଶାହରୁଖ ଖାନଙ୍କ ଠୁ ନେଇ ଅଭିଷେକ ବଚ୍ଚନ, କରୀନା କପୁର ଖାନ, ରଣବୀର ସିଂ, ପ୍ରିୟଙ୍କା ଚୋପ୍ରା ଓ ରିତେଶ ଦେଶମୁଖ ଟ୍ବିଟ କରି ଭାବୁକ ନଜର ଆସୁଛନ୍ତି । ଶାହରୁଖ ତାଙ୍କର ଏକ ପୁରୁଣା ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଡିଏଗୋ ମାରାଡୋନା ତୁମେ ଫୁଟବଲ ଦୁନିଆକୁ ସୁନ୍ଦର କରିଥିଲ । ତୁମକୁ ସମସ୍ତେ ମନେ ରଖିବେ । ତୁମେ ଏହି ଦୁନିଆ ପରି ସ୍ବର୍ଗକୁ ମନୋରଞ୍ଜନ କର ଏବଂ ଆନନ୍ଦିତ କର । ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’

ସେପଟେ ରଣବୀର ଲେଖିଛନ୍ତି, ‘ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’ ଟିଭି ଅଭିନେତା ତଥା ‘ବିଗବସ 13’ ବିଜେତା ସିଦ୍ଧାର୍ଥ ଶୁକ୍ଲା ଭାବୁକ ଅନ୍ଦାଜରେ କହିଛନ୍ତି, ‘ମୁଁ ଫୁଟବଲ ଖେଳ ମହତ୍ବ ତୁମଠୁ ଶିଖିଥିଲି । ପିଲାବେଳେ ତୁମ ପରିବା ହେବାକୁ ଅନେକଥର ଚେଷ୍ଟା ମଧ୍ୟ କରିଥିଲି । ହେଲେ ତୁମ ପରି କେହି ହୋଇପାରିବେ ନାହିଁ । ତୁମକୁ ସମସ୍ତେ ମିସ୍ କରିବେ । ଭଗବାନ ତୁମ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’

ଅନ୍ୟପଟେ ଅଭିଷେକ ଲେଖିଛନ୍ତି, ‘ଫୁଟବଲ ଦୁନିଆର ବେଷ୍ଟ ଖେଳାଳି । ରେଷ୍ଟ ଇନ ପିସ୍ ।’ ଅଭିଷେକଙ୍କ ବ୍ୟତୀତ ଇଶା ଦେଓଲ କହିଛନ୍ତି, ‘ପ୍ରକୃତ କିମ୍ବଦନ୍ତୀ ଏବଂ ତୁମେ ଫୁଟବଲ ଖେଳାଳି ରୂପେ ସର୍ବଦା ମୋର ପ୍ରେରଣା ସାଜିଥିଲ ।’

ABOUT THE AUTHOR

...view details