ଚଣ୍ଡୀଗଡ: ଚାଲିଗଲେ ଏସିଆନ ଗୋଲ୍ଡ ମେଡାଲିଷ୍ଟ ମିଲଖା ସିଂହ । କୋରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ମିଲଖା । ମୃତ୍ୟୁ ବେଳକୁ ତାଙ୍କୁ 91 ବର୍ଷ ବୟସ ହୋଇଥିଲା । ବର୍ତ୍ତମାନ ତାଙ୍କ ମୃତ୍ୟୁରେ ସବୁ ମହଲରେ ଖେଳି ଯାଇଛି ଶୋକର ଛାୟା । ସେପଟେ ସେଲିବ୍ରିଟି ମଧ୍ୟ ଶୋକ ପ୍ରକାଶ କରି ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସୁପରଷ୍ଟାର ଶାହରୁଖ ଖାନ ଲେଖିଛନ୍ତି, ‘ଫ୍ଲାଇଂ ଶିଖ ଏବେ ବ୍ୟକ୍ତିଗତ ରୂପେ ଆମ ସହିତ ନାହାଁନ୍ତି । ହେଲେ ତାଙ୍କ ଉପସ୍ଥିତ ସବୁବେଳେ ଅନୁଭବ କରାଯିବ । ତାଙ୍କ ସ୍ମୃତି ଆମ ମନରେ ରହିବ । ଲକ୍ଷ ଲକ୍ଷ ଲୋକଙ୍କ ସହ ମୋ ପାଇଁ ସେ ଥିଲେ ପ୍ରେରଣା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।’
ସେପଟେ ଅକ୍ଷୟ କୁମାର ମଧ୍ୟ ଟ୍ବିଟ କରି ଲେଖିଛନ୍ତି, ‘ମିଲଖା ସିଂହଙ୍କ ଦେହାନ୍ତ କଥା ଶୁଣି ଅବିଶ୍ବସନୀୟ ରୂପେ ଦୁଃଖ ଲାଗିଲା । ଏକ ଚରିତ୍ର ମୁଁ ଯେଉଁଥିରେ ପରଦାରେ ଅଭିନୟ ନକରିବାକୁ ନେଇ ସର୍ବଦା ଦୁଃଖିତ । ଫ୍ଲାଇଂ ଶିଖ । ଓମ୍ ଶାନ୍ତି ସାର୍ ।’