ଓଡିଶା

odisha

ETV Bharat / sitara

‘ୱାର’ର ପ୍ରଥମ ଗୀତ ରିଲିଜ, ରୋମାଣ୍ଟିକ ଅନ୍ଦାଜରେ ହ୍ରିତିକ-ବାନୀ

ରୋମାଣ୍ଟିକ ଅନ୍ଦାଜରେ ହ୍ରିତିକ ଓ ବାନୀଙ୍କୁ ଦେଖିବାକୁ ମିଳିଛି । ଗୀତ ‘ଘୁଙ୍ଗୁର ଟୁଟ୍ ଗୟେ’ ଟ୍ରାକରେ ନାଚିଛନ୍ତି ହ୍ରିତିକ ଓ ବାନୀ ।

By

Published : Sep 5, 2019, 3:03 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ଫିଲ୍ମ ‘ୱାର’ଖୁବ ଶୀଘ୍ର ରିଲିଜ କରାଯିବ । ଫିଲ୍ମରେ ଦମଦାର ଆକ୍ସନ ସହ ଗୁରୁ-ଶିଷ୍ୟଙ୍କ ଲଢେଇ ଦେଖିବାକୁ ମିଳିବ । ତେବେ ଫିଲ୍ମର ପ୍ରଥମ ରୋମାଣ୍ଟିକ ଟ୍ରାକ ରିଲିଜ ହୋଇଛି । ଗୀତରେ ବାନୀ କପୁର ଓ ହ୍ରିତିକ ରୋଶନଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି ।

ଗୀତକୁ ଅରଜିତ ସିଂହ ଓ ଶିଳ୍ପା ରାଓ ଗାଇଛନ୍ତି । କୋରିଓଗ୍ରାଫି କରିଛନ୍ତି ବସ୍କୋ ମାର୍ତିଶ । ବର୍ଷ ବହୁପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ ହେଲା ‘ୱାର’ । ଫିଲ୍ମକୁ ଦର୍ଶକ ଅକ୍ଟୋବର 2ରେ ରିଲିଜ କରାଯିବ ।

‘ୱାର’ରେ 7ଟି ଦେଶର 15ଟି ସହରରେ ପରସ୍ପର ସହ ଫାଇଟ କରୁଥିବାର ଦେଖିବାକୁ ମିଳିବ । ଫିଲ୍ମଟି 2014ରେ ଆସିଥିବା ‘ବ୍ୟାଙ୍ଗ ବ୍ୟାଙ୍ଗ’ ପରି । ହ୍ରିତିକ ଓ ଟାଇଗରଙ୍କୁ ଉଭୟ ଫାଇଟ ଓ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ ।

ABOUT THE AUTHOR

...view details