ମୁମ୍ବାଇ: ବଲିଉଡର ହଟ କପଲ ସୈଫ ଅଲ୍ଲୀ ଖାନ ଓ କରୀନା କପୁର ଖାନଙ୍କ ଲଭଷ୍ଟୋରୀ କାହାକୁ ଅଛପା । 2008ରେ ଫିଲ୍ମ ଟସନରୁ ଆରମ୍ଭ ହୋଇଥିଲା ଏମାନଙ୍କ କାହାଣୀ । 4 ବର୍ଷ ଡେଟିଂ ପରେ 2012ରେ ଏହା ବିବାହରେ ପରିଣତ ହୋଇଥିଲା । ଫ୍ୟାନ୍ସ ଉଭୟଙ୍କ ନାମ ଦେଇଥିଲେ ସୈଫିନା । ତେବେ ଡେଟିଂବେଳେ ଉଭୟଙ୍କ ପ୍ରେମ କାହାଣୀର ସ୍ମୃତିଚାରଣ କରିଛନ୍ତି ଡିଜାଇନର ମନୀଷ ମଲହୋତ୍ରା ।
ନିଜ ଇନଷ୍ଟାଗ୍ରାମରେ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି ମନୀଷ । 2009ରେ ପଟୌଦି ଖାନଦାନର ନୱାବ ଓ ବେବୋ ନୂଆଦିଲ୍ଲୀର ଏହି ରାମ୍ପ ଶୋରେ ପ୍ରଥମ ଥର ଏକାଠି ଚାଲିଥିଲେ । ସେତେବେଳେ ଉଭୟ ପରସ୍ପରକୁ ଡେଟିଂ କରୁଥିଲେ । ମୁମ୍ବାଇରେ ହେବାକୁ ଥିବା ଏହି ଶୋ ପରେ ନୂଆଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା ।