ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରୟ କପୁର ଜନ୍ମଦିନରେ ଘୋଷଣା କରିଥିଲେ ଆଗାମୀ ଆକ୍ସନ ଡ୍ରାମା ଫିଲ୍ମ ‘ଓମ: ଦ ବାଟେଲ ୱିଦିନ’ । ନିର୍ଦ୍ଦେଶକ କପିଲ ବର୍ମାଙ୍କ ଏହି ଫିଲ୍ମରେ ଏଥର ଆକ୍ସନ କରୁଥିବାର ଦେଖାଯିବେ ସେ । ଇତିମଧ୍ୟରେ ଜାରି ହୋଇଯାଇଛି ଫିଲ୍ମରୁ ତାଙ୍କ ଫାଷ୍ଟଲୁକ ପୋଷ୍ଟ । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ତାଙ୍କ ସହ କାମ କରିବାକୁ ଯାଉଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ଅଭିନେତ୍ରୀ ସଞ୍ଜନା ସାଙ୍ଘୀ । ପ୍ରଥମଥର ଏହି ଯୋଡିଙ୍କ ରୋମାନ୍ସ ଦେଖିବାକୁ ମିଳିବ ।
ଫାଷ୍ଟଲୁକ ପୋଷ୍ଟର ସୂଚନା ଦେଇ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଏକ ଟ୍ବିଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ଆଦିତ୍ୟଙ୍କ ଦମଦାର ଲୁକ । ଫାଇଟ୍ କରିବାକୁ ପ୍ରସ୍ତୁତ ଥିବାର ନଜର ଆସୁଛନ୍ତି ସେ ।