ଓଡିଶା

odisha

By

Published : Mar 15, 2020, 5:15 AM IST

ETV Bharat / sitara

କୋରୋନା ଭାଇରସ ଭୟ: ‘ଅଙ୍ଗ୍ରେଜୀ ମିଡିୟମ’ କଲେକ୍ସନ ଉପରେ ପ୍ରଭାବ

ମେକର୍ସଙ୍କ ଆଶା ଅନୁଯାୟୀ ଆୟ କରିବାରେ ଅସଫଳ କରୀନା କପୁର ଖାନ, ଇରଫାନ ଖାନ ଓ ରାଧିକା ମଦାନଙ୍କ ଅଭିନୀତ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’। ସାମ୍ନାକୁ ଆସିଲା ଫିଲ୍ମର ଫାଷ୍ଟଡେ କଲେକ୍ସନ।

angrezi medium
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇରଫାନ ଖାନ

ମୁମ୍ବାଇ: ଫେମସ ଅଭିନେତା ଇରଫାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’ ଶୁକ୍ରବାର ରିଲିଜ ହୋଇଯାଇଛି। ଦୀର୍ଘ ସମୟରୁ ଫିଲ୍ମ ଦେଖିବାକୁ ବ୍ୟାକୁଳ ଥିଲେ ଦର୍ଶକ। ଇତିମଧ୍ୟରେ ଫିଲ୍ମର ଓପନିଂ ଡେ କଲେକ୍ସନ ସାମ୍ନାକୁ ଆସିଯାଇଛି। ହେଲେ ମେକର୍ସଙ୍କ ଆଶା ଅନୁଯାୟୀ ଫିଲ୍ମ କଲେକ୍ସନ ସେପରି ଖାସ୍ ହୋଇନାହିଁ।

ବକ୍ସ ଅଫିସ ଇଣ୍ଡିଆ ଅନୁଯାୟୀ ‘ଅଙ୍ଗ୍ରେଜୀ ମିଡିୟମ’ ପ୍ରଥମ ଦିନରେ 3.50 କୋଟି ଆୟ କରିବାରେ ସଫଳ ହୋଇଛି। ଫିଲ୍ମ ଉପରେ କ୍ରିଟିକ୍ସଙ୍କ ଭଲ ପ୍ରତିକ୍ରିୟା ସତ୍ତ୍ବେ ପ୍ରଥମ ଦିନ ଆୟରେ ଖରାପ ପ୍ରଭାବ ପଡିଛି। ଏହା ପଛରେ ଦୁଇଟି କାରଣ ହେଉପାରେ।

ପ୍ରଥମ ଫିଲ୍ମର ଏଚଡି ପ୍ରିଣ୍ଟ ଇଣ୍ଟରନେଟରେ ଲିକ ହେବା ଓ ଦ୍ବିତୀୟ ଦେଶରେ କୋରୋନା ଭାଇରସର ଭୟ । ଏହାପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ କୋରୋନା ଭାଇରସ ଭୟକୁ ଦୃଷ୍ଟିରେ ରଖି ଫିଲ୍ମ ମେକର୍ସ ଫିଲ୍ମକୁ କେରଳ, ଦିଲ୍ଲୀ ଓ ଜମ୍ମୁ-କଶ୍ମାରରେ ଦ୍ବିତୀୟଥର ଫିଲ୍ମ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି। କାରଣ ଏହି ସବୁ ସ୍ଥାନରେ ଏମାସ 31 ପର୍ଯ୍ୟନ୍ତ ସିନେମାଘର ବନ୍ଦ ରହିବା।

ପ୍ରକାଶ ଥାଉକି ଗୁରୁବାରରେ ଅନେକ ସ୍ଥାନରେ ସ୍କୁଲ ଓ ସିନେମାଘର ବନ୍ଦ ରଖାଯିବାର ଘୋଷଣା ହୋଇଥିଲା। କୋରୋନା ଭାଇରସ ପାଇଁ ଦେଶରେ ଏପରି କରାଯାଇଛି । ଏବେ ୱିକେଣ୍ଡରେ ଫିଲ୍ମ କେତେ କଲେକ୍ସନ କରିବ ତାହା ଦେଖିବା ବାକି ରହିଲା।

ABOUT THE AUTHOR

...view details