ମୁମ୍ବାଇ: ନିକଟରେ ମବ ଲିଚିଂ(ଭିଡ ହତ୍ୟା) ବିରୋଧରେ ବଲିଉଡ ଏବଂ ଅନ୍ୟ ଇଣ୍ଡଷ୍ଟ୍ରିର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠି ମାମଲାରେ ନୂଆ ମୋଡ ସାମ୍ନାକୁ ଆସିଛି । ଗୁରୁବାର ସେହି 49 ସେଲିବ୍ରିଟିଜଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଯେଉଁଥିରେ ରାମଚନ୍ଦ୍ର ଗୁହା, ମଣିରତ୍ନମ, ଅନୁରାଗ କଶ୍ୟପ ଓ ଅପର୍ଣ୍ଣା ସେନ ଭଳି ସେଲିବ୍ରିଟିଙ୍କ ନାମ ସାମିଲ ଅଛି । ଏହି ସେଲିବ୍ରିଟି ଭିଡ ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ।
ଅଧିବକ୍ତା ସୁଧୀର କୁମାର ଓଝାଙ୍କ ଦ୍ବାରା ଫାଇଲ କରାଯାଇଥିବା କେସ ଉପରେ ଶୁଣାଣି କରି ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ତିୱାରୀ କେସର ଶୁଣାଣିରେ ଏହି ନିଷ୍ପତ୍ତି ନେଇଛନ୍ତି । ଯାହାପରେ ଏଫଆଇଆର ଫାଇଲ କରାଯାଇଛି।