ଓଡିଶା

odisha

ETV Bharat / sitara

ସେହନାଜଙ୍କ ବାପାଙ୍କ ନାଁରେ ଦୁଷ୍କର୍ମ ମାମଲା - ବିଗ ବସ ଫେମ ସେହନାଜଙ୍କ ପିତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ

ସେହନାଜଙ୍କ ପିତାଙ୍କ ନାମରେ ରୁଜୁ ହେଲା ଦୁଷ୍କର୍ମ ଏଫଆଇଆର। ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଲେ ଜଣେ ମହିଳା।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 21, 2020, 3:14 PM IST

ପଞ୍ଜାବ: ବିଗ ବସ ତଥା ପଞ୍ଜାବୀ ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସେହନାଜ ଗିଲଙ୍କ ପରିବାରର ବଢିଲା ସମସ୍ୟା। ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର। ବର୍ତ୍ତମାନ ତାଙ୍କ ପିତା ସନ୍ତୋଖ ସିଂ ସୁଖ ଏକ ମାମଲାରେ ଫସିଥିବାର ନଜର ଆସୁଛନ୍ତି। ତାଙ୍କ ବିରୋଧରେ ଜଲନ୍ଦରର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ତାଙ୍କ ବିରୋଧରେ ଏବେ ଦୁଷ୍କର୍ମ ଅଭିଯୋଗ ରୁଜୁ ହୋଇଛି। ପୀଡିତା ସନ୍ତୋଖଙ୍କ ଉପରେ ବନ୍ଧୁକ ଦେଖା ଦୁଷ୍କର୍ମ କରିଥିବାର ଅଭିଯୋଗ ଲଗାଇଛନ୍ତି। ସେପଟେ ସ୍ଥାନୀୟ ପୋଲିସ ମାମଲା ଉପରେ ତଦନ୍ତ ଆରମ୍ଭ କରିଦେଇଛି। ପୋଲିସ ଖୁଲାସା କରିବା ପରେ ଜଣାପଡିବ ଯେ ସେହନାଜଙ୍କ ପିତାଙ୍କ ଉପରେ ଲାଗିଥିବା ଅଭିଯୋଗ ସତ କି ମିଛ।

ପ୍ରକାଶ ଥାଉକି ସେହନାଜଙ୍କ ପୁରା ପରିବାର ପଞ୍ଜାବରେ ବସବାସ କରୁଛନ୍ତି । ହେଲେ ଲକଡାଉନ ପାଇଁ ସେହନାଜ ଓ ତାଙ୍କ ବଡ ଭାଇ ମୁମ୍ବାଇରେ ଫସିଯାଇଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଜେଜେମା' ଅସୁସ୍ଥତା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେହନାଜ ଏହାର ସୂଚନା ସୋସିଆଲ ମିଡିଆରେ ଦେଇଥିଲେ।

ABOUT THE AUTHOR

...view details