ଚଣ୍ଡିଗଡ଼:ବଲିଉଡର ସୁପରଷ୍ଟାର ସଲମାନ ଖାନ, ଭଉଣୀ ଅଲଭିରା ଏବଂ Being Human କମ୍ପାନୀର ଅନେକ ଅଧିକାରୀଙ୍କ ବିରୋଧରେ ଚଣ୍ଡିଗଡ଼ରେ FIR ଦାଖଲ କରାଯାଇଛି । ଏହି ଅଭିଯୋଗ ଚଣ୍ଡିଗଡ଼ର ମଣିମାଜରା ସହରର ଜଣେ ବ୍ୟବସାୟୀ ଅରୁଣ ଗୁପ୍ତାଙ୍କ ଦ୍ବାରା ପଞ୍ଜୀକୃତ ହୋଇଛି ।
ସୁପରଷ୍ଟାର ସଲମାନ ନିଜ ପୋଷାକ କମ୍ପାନୀ ବିଙ୍ଗ ହ୍ୟୁମାନ ପାଇଁ 3 କୋଟି ଖର୍ଚ୍ଚ କରିଥିଲେ । କିନ୍ତୁ କମ୍ପାନୀ ଦିଲ୍ଲୀରୁ ମର୍ଚ୍ଚାଣ୍ଡାଇଜ ପଠାଉ ନାହିଁ । କମ୍ପାନୀର ୱେବସାଇଟ ମଧ୍ୟ ଡାଉନ ରହୁଥିବା ଅରୁଣ ଅଭିଯୋଗ କରିଛନ୍ତି । ତେବେ କମ୍ପାନୀ ନାମରେ କୋଟି କୋଟି ଟଙ୍କା ଠକିଛନ୍ତି । ଏଥିଲାଗି ସେ କମ୍ପାନୀ ଓ ସଲମାନଙ୍କ ନାମରେ ଏତଲା ଦାଏର କରିଛନ୍ତି ବୋଲି କହିଛନ୍ତି । ଏହି ମାମଲା କମ୍ପାନୀ ସିଇଓ ପ୍ରକାଶ କାପାରେ, ଭଉଣୀ ଅଲଭିରାଙ୍କ ନାମରେ ଦାଏର ହୋଇଛି ।