ମୁମ୍ବାଇ:ପର୍ଣ୍ଣୋଗ୍ରାଫି ମାମଲାରେ ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ ପୋଲିସ 4 ଜଣ ପ୍ରଯୋଜକଙ୍କ ନାଁରେ ଏତଲା ଦାୟର କରିଛି । ଯେଉଁଥିରେ ଅଭିନେତ୍ରୀ ଗେହନା ବଶିଷ୍ଟ ନାଁ ମଧ୍ୟ ସାମିଲ ଅଛି । ଜଣେ ମଡେଲଙ୍କ ଅଭିଯୋଗ ଆଧାରରେ ପୋଲିସ ଏମାନଙ୍କ ବିରୋଧରେ ଏତଲା ରୁଜୁ କରିଛି ।
ମଡେଲର ଜଣକ ଅଭିଯୋଗ କରିଛନ୍ତି, ଅଶ୍ଲୀଳ ଭିଡିଓ ପ୍ରସ୍ତୁତିରେ ତାଙ୍କୁ ଜୋରଜବରଦସ୍ତି କରାଯାଉଥିଲା । ସୂଚନା ଥାଉକି, ଅଶ୍ଲୀଳ ଫିଲ୍ମ ନିର୍ମାଣ କରିବା ମାମଲାରେ ଗତ 19ରେ ରାଜ କୁନ୍ଦ୍ରାଙ୍କ ସମେତ 11ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ପୋଲିସ ଧାରା 420, 34, 292, 293 ଭଳି ସଙ୍ଗୀନ ଦଫା ଲଗାଇଥିଲା ।