ଓଡିଶା

odisha

ETV Bharat / sitara

2019 ବିଶ୍ବକପ ଉପରେ ତିଆରି ହେବ ଫିଲ୍ମ !

ଦର୍ଶକ '83' ଫିଲ୍ମ ପରେ 2019ର ବିଶ୍ବକପ ଫିଲ୍ମ ମଧ୍ୟ ଦେଖିବାକୁ ପାଇବେ । କାରଣ ଏଥର ଭାରତ ୱାର୍ଲ୍ଡ କପ ଜିତିଲେ '83' ମେକର୍ସ ଏହି କାହାଣୀକୁ ନେଇ ଫିଲ୍ମ ତିଆରି କରିବେ ବୋଲି ବୟାନ ଦେଇଛନ୍ତି ।

By

Published : Jun 29, 2019, 11:15 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ବର୍ତ୍ତମାନ ଫିଲ୍ମ '83'ର ସୁଟିଂ ଜୋରସୋରରେ ଚାଲିଛି । ଫିଲ୍ମରେ କ୍ରିକେଟର ଲିଜେଣ୍ଡ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ ବି-ଟାଉନର ଏନର୍ଜେଟିକ ଆକ୍ଟର ରଣବୀର ସିଂ । ଫିଲ୍ମଟି 1983ର ବିଶ୍ବକପ କାହାଣୀ ଉପରେ ଆଧାରିତ । ଯେବେ ଭାରତ ପ୍ରଥମ ଥର ବିଶ୍ବ କପ ନିଜ ନାଁରେ କରିଥିଲା ।

ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ '83' ପରେ 2019 ବିଶ୍ବକପ ଉପରେ ଫିଲ୍ମ ତିଆରି ହେବ । ଏକଥା ଆମେ କହୁନାହୁଁ, ଏକଥା ଫିଲ୍ମ '83' ନିର୍ମାତା ଏକ ବୟାନରେ କହିଛନ୍ତି । '83'ର ସହ-ନିର୍ମାତା ମଧୁ ମଣ୍ଟେନା ନିକଟରେ ଏକ ସାକ୍ଷାତକାରରେ କହିଥିଲେ, ଯଦି ଭାରତ ଚଳିତ ବର୍ଷ ୱାର୍ଲ୍ଡ କପ ଜିତିଯିବ ତେବେ ସେ ଏହା ଉପରେ ମଧ୍ୟ ଫିଲ୍ମ ତିଆରି କରିବେ ।

ଆମେ ଐତିହାସିକ 1983 ବିଜୟ ଉପରେ ଫିଲ୍ମ ତିଆରି କରୁଛୁ । '83' ପରେ ଯଦି ଭାରତ ଏବର୍ଷ ବିଶ୍ବକପ ଜିତିବ, ତେବେ ଏହି ବିଜୟ ଉପରେ ଆମେ ଫିଲ୍ମ ତିଆରି କରିବାକୁ ନିହାତି ଚାହିଁବୁ ବୋଲି କହିଛନ୍ତି ମଧୁ ।

ପ୍ରକାଶ ଥାଉକି ଫିଲ୍ମ ପାଇଁ କଥାବାର୍ତ୍ତା ମଧ୍ୟ ଏବେ ଠାରୁ ଆରମ୍ଭ କରିଦେଇଛନ୍ତି ମେକର୍ସ । କିନ୍ତୁ ଫିଲ୍ମର ଔପଚାରିକ ଘୋଷଣା ପାଇଁ ଦର୍ଶକଙ୍କୁ ୱାର୍ଲ୍ଡ କପର ଫାଇନାଲ ମ୍ୟାଚ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ଯଦି '83' ଫିଲ୍ମ ବିଷୟରେ କଥା ହେବା ତେବେ ଫିଲ୍ମରେ ରଣବୀରଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ନଜର ଆସିବେ । ସେ ଫିଲ୍ମରେ କପିଲଙ୍କ ପତ୍ନୀଙ୍କ ଭୂମିକାରେ ଦେଖାଯିବେ । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ 10ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଏହି ଫିଲ୍ମଟି ରଣବୀର ଓ କବୀର ଖାନଙ୍କ ପ୍ରଥମ ତ୍ରିଭାଷୀ ରିଲିଜ ଫିଲ୍ମ ହେବାକୁ ଯାଉଛି ।

For All Latest Updates

ABOUT THE AUTHOR

...view details