ଓଡିଶା

odisha

ଅମିତାଭଙ୍କ କେବିସି ଶୋ’କୁ ନେଇ ଅଡୁଆ, ଏମିତି ପ୍ରତିକ୍ରିୟା ରଖିଲେ ନିର୍ମାତା ବିବେକ

By

Published : Nov 2, 2020, 2:00 PM IST

ରିୟାଲିଟି ଶୋ ‘କେବିସି’କୁ ନେଇ ସମସ୍ୟା । ପଚରାଯାଉଥିବା ପ୍ରଶ୍ନ ଉପରେ ଖପ୍ପା ୟୁଜର୍ସଙ୍କ ଠୁ ନେଇ ନିର୍ମାତା ବିବେକ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଟିଭିର ସବୁଠାରୁ ଚର୍ଚ୍ଚିତ ଶୋ ‘କୌନ ବନେଗା କରୋଡପତି’ ବର୍ତ୍ତମାନ ସମସ୍ୟାରେ । ମହାନାୟକ ଅମିତାଭ ବଚ୍ଚନଙ୍କ ଏହି ଶୋ ପ୍ରାୟତଃ ନିଜ ପ୍ରଶ୍ନ ପାଇଁ ବିବାଦ ଘେରରେ ଆସିଥାଏ । ଏମିତି ପୁଣି ଏବେ ଦେଖିବାକୁ ମିଳୁଛି । ବଢିଚାଲିଛି ଶୋକୁ ନେଇ ସମସ୍ୟା । ଶୋର ଏକ ପ୍ରଶ୍ନ ଉପରେ ଖପ୍ପା ସମସ୍ତେ । ତେବେ ଆସନ୍ତୁ ଜାଣିବା ଏହାର କାରଣ...

କଥାଟି ହେଲା ଯେ ନିକଟର ଏକ ଏପିସୋଡରେ ମନୁ ସ୍ମୃତିକୁ ନେଇ ଏକ ପ୍ରଶ୍ନ ପଚରାଯାଉଥିଲା । ଯାହା ଉପରେ ନିର୍ମାତା ବିବେକ ଅଗ୍ନିହୋତ୍ରୀ କଡା ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଏହି ପ୍ରଶ୍ନକୁ ନେଇ ବିବାଦ ଉପୁଜିଛି ।

ବିବେକ ଅଭିଯୋଗ କରିଛନ୍ତି ଯେ ଏହି ଶୋ ଉପରେ କମ୍ୟୁନିଷ୍ଟମାନେ କବଜା କରିଛନ୍ତି । ଆଉ ଟ୍ବିଟରରେ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ‘କେବିସି 12’ର ଏକ ପ୍ରଶ୍ନ କ୍ଲିପ । ଅମିତାଭ ଜଣେ ପ୍ରତିଯୋଗୀଙ୍କୁ ପ୍ରଶ୍ନ କରୁଛନ୍ତି ଯେ 1972 ଡିସେମ୍ବର 25ରେ ଡା. ବି. ଆର ଆମ୍ବେଦକର ଓ ତାଙ୍କ ଅନୁଗାମୀମାନେ କେଉଁ ଶାସ୍ତ୍ରର ନକଲ ପୋଡି ଦେଇଥିଲେ? ଏହି ପ୍ରଶ୍ନ ପାଇଁ ଚାରୋଟି ବିକଳ୍ପ ଦିଆଯାଇଥିଲା । ଯେଉଁଥିରେ ସାମିଲ ଥିଲା ବିଷ୍ଣୁ ପୁରାଣ, ଭଗବତ ଗୀତା, ଋକବେଦ ଓ ମନୁ ସ୍ମୃତି । ଆଉ ଏହାର ଉତ୍ତର ମନୁ ସ୍ମୃତି ବୋଲି ପ୍ରତିଯୋଗୀ କହିଥିଲା । ଯାହା ସଠିକ୍ ଥିଲା ।

ଏହା ଉପରେ ପ୍ରତିକ୍ରିୟା ଦେଇ ବିବେକ ଲେଖିଛନ୍ତି, ‘କେବିସିକୁ କମ୍ୟୁନିଷ୍ଟମାନେ ହାଇଜ୍ୟାକ କରିଛନ୍ତି । ପିଲାମାନେ ଏହା ଶିଖନ୍ତୁ କି କଲ୍ଚର ୱାର କିପରି ଜିତିବେ । ଏହାକୁ କୋଡିଂ କୁହାଯାଏ ।’ ବର୍ତ୍ତମାନ ବିବେକଙ୍କ ଏହି ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଙ୍କ ବ୍ୟତୀତ ଅନେକ ୟୁଜର୍ସ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଯାହାପାଇଁ ଶୋ ମେକର୍ସଙ୍କ ଚିନ୍ତା ବଢିଚାଲିଛି ।

For All Latest Updates

ABOUT THE AUTHOR

...view details