ଓଡିଶା

odisha

ETV Bharat / sitara

କମବ୍ୟାକ କଲେ ମଣିରତ୍ନମ - cardiac issues

ଦୀର୍ଘଦିନର ଅସୁସ୍ଥତା ପରେ ଶେଷରେ ସିନେମା ମୈଦାନକୁ ଫେରିଛନ୍ତି ପ୍ରଖ୍ୟାତ ଫିଲ୍ମନିର୍ମାତା ମଣିରତ୍ନମ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର

By

Published : Jun 17, 2019, 9:04 PM IST


ମୁମ୍ବାଇ: ପ୍ରଖ୍ୟାତ ଫିଲ୍ମ ନିର୍ମାତା ମଣିରତ୍ନମଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ଧରି ଅସୁସ୍ଥ ଥିବା ମଣିରତ୍ନମ ଶେଷରେ ସୁସ୍ଥ ହୋଇ ଫେରିଛନ୍ତି କର୍ମକ୍ଷେତ୍ରକୁ । ଚେନ୍ନାଇରେ ଫିଲ୍ମ ‘ୟୁବା’ର ସୁଟିଂ ସମୟରେ ହୃଦଘାତର ଶିକାର ହୋଇଥିଲେ ସେ । ନିୟମିତ ଚେକ-ଅପ ପରେ ଏବେ ମଣିରତ୍ନମଙ୍କ ସ୍ବାସ୍ଥ୍ୟାବସ୍ଥାରେ ଖୁବ ସୁଧାର ଆସିଛି ।

ପ୍ରକାଶ ଥାଉକି,2004ରେ ଫିଲ୍ମ ‘ୟୁବା’ର ସୁଟିଂ ସମୟରେ ସେ ତାଙ୍କ ଛାତିରେ ପ୍ରଥମଥର କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଆରାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ 2018ରେ ମଧ୍ୟ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ମିଳିଥିଲା ।

ବଲିଉଡକୁ ମଣିରତ୍ନମଙ୍କ ଅନେକ ଉଚ୍ଚକୋଟିର ଫିଲ୍ମ ଭେଟି ଦେଇଛନ୍ତି । ସେଗୁଡିକ ମଧ୍ୟରେ ଦିଲ ସେ, ବମ୍ବେ, ରାବଣ, ଗୁରୁ ଆଦି ଫିଲ୍ମ ଅନ୍ୟତମ । ଦୀର୍ଘଦିନର ବ୍ୟବଧାନ ପରେ ମଣିରତ୍ନମ ଇଣ୍ଡଷ୍ଟ୍ରିକୁ ଫେରି ନିଜର ଡ୍ରିମ ଫିଲ୍ମ ‘ପୋନିୟିନ ସେଲଭାନ’ କୁ ନେଇ କାମ ଆରମ୍ଭ କରୁଛନ୍ତି । ଫିଲ୍ମରେ ଐଶ୍ବର୍ଯ୍ୟ ରାୟ ବଚ୍ଚନ ଓ ଅନୁଷ୍କା ଶେଟ୍ଟୀ, ତାମିଲ ଅଭିନେତା ବିକ୍ରମ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଚାଲିଛି ଚର୍ଚ୍ଚା ।

ABOUT THE AUTHOR

...view details