ମୁମ୍ବାଇ: ଫେମସ ନିର୍ମାତା ମହେଶ ଭଟ୍ଟଙ୍କ ଚର୍ଚ୍ଚିତ ମଲ୍ଟି ଷ୍ଟାରର ଫିଲ୍ମ ‘ସଡକ 2’ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ ହଟ ଷ୍ଟାରରେ ଶୁକ୍ରବାର ରିଲିଜ ହେବ ଫିଲ୍ମ । ହେଲେ ଫିଲ୍ମ ରିଲିଜ ପୂର୍ବରୁ ସମାଲୋଚନାର ଶିକାର ହୋଇସାରିଲାଣି । ସେହିପରି ଫିଲ୍ମ ଟ୍ରେଲରକୁ ୟୁଟ୍ୟୁବରେ ଲାଇକଠୁ ଅଧିକ ଡିସଲାଇକ ମିଳିଥିଲା । ୟୁଟ୍ୟୁବରେ ଏହି ଫିଲ୍ମ ଏଯାବତର ସବୁଠୁ ଅଧିକ ଡିସଲାଇକ ପାଇ ଥିବା ପ୍ରଥମ ଫିଲ୍ମ ସାଜିଛି ।
‘ସଡକ 2’ ଦେଖିବେନି 90 ପ୍ରତିଶତ ଦର୍ଶକ - ‘ସଡକ 2’କୁ ନେଇ ଲାଇଭ ପୋଲ୍, 90 ପ୍ରତିଶତ ଲୋକ ଦେଖିବେନି ଫିଲ୍ମ
ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଦିତ୍ୟ ରାୟ କପୁର ଓ ଆଲିୟା ଭଟ୍ଟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମକୁ ‘ସଡକ 2’ଦେଖିବାକୁ ମନା କଲେ ଅଧିକାଂଶ ଲୋକ । ପୋଲ୍ ରିଜଲ୍ଟରେ ସାମ୍ନାକୁ ଆସିଲା ଏମିତି କିଛି ।
![‘ସଡକ 2’ ଦେଖିବେନି 90 ପ୍ରତିଶତ ଦର୍ଶକ ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-8594822-945-8594822-1598622839911.jpg)
କିଛି ଦିନ ପୂର୍ବରୁ ଫିଲ୍ମକୁ ନେଇ ଏକ ଲାଇଭ ପୋଲ କରାଯାଇଥିଲା । ଯେଉଁଥିରେ ପଚରା ଯାଇଥିଲା ଆପଣ ଫିଲ୍ମ ଦେଖିବାକୁ ପସନ୍ଦ କରିବେ କି ନାହିଁ ? ଏହି ପୋଲ ରେଜଲ୍ଟ ଅନୁଯାୟୀ 90.9 ପ୍ରତିଶକ ଲୋକ ଫିଲ୍ମ ଦେଖିବାକୁ ମନା କରିଥିଲେ । ଆଉ ମାତ୍ର 9.1 ପ୍ରତିଶତ ଲୋକ ଫିଲ୍ମ ଦେଖିବାକୁ ରାଜି ହୋଇଥିଲେ ।
ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡ ଓ କିଛି କଳାକାରଙ୍କ ଉପରେ ପରିବାରବାଦ ଭଳି ଅଭିଯୋଗ ଲଗାଇ ଆସୁଛନ୍ତି କ୍ରୋଧିତ ଫ୍ୟାନ୍ସ । ଏହାକୁ ଆଧାର କରି ଯେଉଁ ଫିଲ୍ମରେ ପରିବାରବାଦ ଝଲକ ଦେଖା ଯାଉଛି ସେହି ଫିଲ୍ମକୁ ବ୍ୟାନ କରିବାକୁ ଅଭିଯାନ ମଧ୍ୟ ଆରମ୍ଭ କରିଯାଇଛି । ଏହି କ୍ରମରେ ସର୍ବପ୍ରଥମ ନାମ ସଡକ 2ର । ଏହାର ନିକଟରେ ରିଲିଜ ହୋଇଥିବା ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ଖାଲି ପିଲି’ ଟିଜରକୁ ମଧ୍ୟ ୟୁଟ୍ୟୁବରେ ଖୁବ୍ ଡିସଲାଇକ ମିଳିଥିଲା ।