ଓଡିଶା

odisha

ETV Bharat / sitara

ଦିଲ୍ଲୀପଙ୍କୁ ଭେଟିଲେ ମଧୁର ଭଣ୍ଡାରକର, କହିଲେ ସୁସ୍ଥ ଅଛନ୍ତି ଅଭିନେତା - ହସ୍ପିଟାଲରେ ଅଭିନେତା ଦିଲ୍ଲୀପ କୁମାର

ବର୍ତ୍ତମାନ ହସ୍ପିଟାଲରେ ଥିବା ଦିଲ୍ଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ସୂଚନା ଦେଲେ ନିର୍ମାତା ମଧୁର ଭଣ୍ଡାରକର । ଅଧିକ ପଢନ୍ତୁ...

ଦିଲ୍ଲୀପଙ୍କୁ ଭେଟିଲେ ମଧୁରୀ ଭଣ୍ଡାରକର
ଦିଲ୍ଲୀପଙ୍କୁ ଭେଟିଲେ ମଧୁରୀ ଭଣ୍ଡାରକର

By

Published : Jun 8, 2021, 8:15 PM IST

ମୁମ୍ବାଇ: ନିକଟରେ ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଚିକିତ୍ସାଧିନରେ ଅଛନ୍ତି ସେ । ଗତ ମାସ ମଧ୍ୟ ଉକ୍ତ ହସ୍ପିଟାଲରେ ଅଭିନେତା ଭର୍ତ୍ତି ହୋଇଥିଲେ । ଇତିମଧ୍ୟରେ ତାଙ୍କୁ ସାକ୍ଷାତ କରିବାକୁ ମଙ୍ଗଳବାର ହିନ୍ଦୁଜା ହସ୍ପିଟାଲ ଯାଇଥିଲେ ତାଙ୍କ ବଡ ଫ୍ୟାନ୍ସ ତଥା ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ।

ସେ ଦିଲ୍ଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁଙ୍କୁ ମଧ୍ୟ ଭେଟି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା କରିଥିଲେ। ସେପଟେ ଦିଲ୍ଲୀପଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇ ମଧୁର କହିଛନ୍ତି ଯେ ଦିଲ୍ଲୀପ ସାହେବଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ଏବଂ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆସନ୍ତୁ ପ୍ରାର୍ଥନା କରିବା ।

ABOUT THE AUTHOR

...view details