ମୁମ୍ବାଇ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ବର୍ତ୍ତମାନ ଗିରଫ ହୋଇ ଡୋମିନିକା ଜେଲରେ ଅଛନ୍ତି । ସେପଟେ ଚୋକ୍ସିଙ୍କୁ ତାଙ୍କୁ କଥିତ ଗାର୍ଲଫ୍ରେଣ୍ଡ ବାରବରା ଜାରବିକା ଅପହରଣ କରି ଡୋମିନିକା ନେଇଥିବା କୁହାଯାଇଛି । ତେବେ ଏନେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ ମୁହଁ ଖୋଲିଛନ୍ତି ବାରବରା । ଇତିମଧ୍ୟରେ ଦୁଇଜଣଙ୍କ କାହାଣୀ ଉପରେ ଫିଲ୍ମ କିମ୍ବା ସିରିଜ ନିର୍ମାଣ କରିବାକୁ ନେଇ ବଡ ହିଣ୍ଟ ଦେଇଛନ୍ତି ଫେମସ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ।
ମେହୁଲ ଚୋକ୍ସିଙ୍କ ଉପରେ ଫିଲ୍ମ କରିବେ କି ମଧୁର? - ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକରଙ୍କ ନ୍ୟୁଜ
ସୋସିଆଲ ମିଡିଆରେ ଚୋକ୍ସିଙ୍କୁ ନେଇ ଏକ ହିଣ୍ଟ ଦେଲେ ମଧୁର । ନିର୍ମାଣ କରିପାରନ୍ତି ଚୋକ୍ସି ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ କାହାଣୀ ଉପରେ ଫିଲ୍ମ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ମଧୁରଙ୍କ ଏକ ଟ୍ବିଟ କରି ଲେଖିଛନ୍ତି, ‘ଏହି ଦୁଇଜଣଙ୍କ କାହାଣୀ ଉପରେ ଛୋଟ ସିରିଜ କିମ୍ବା ଫିଲ୍ମ ନିର୍ମାଣ କରିବାଯିବା ଦରକାର ।’
ପ୍ରକାଶ ଥାଉକି ବାରବାର ଅପହରଣ ଉପରେ ପ୍ରତିକ୍ରିୟା ରଖି କହିଥିଲେ,‘ଚୋକ୍ସିଙ୍କ ଅପହରଣ ପଛରେ ମୋର କୌଣସି ଭୂମିକା ନାହିଁ । ମୁଁ ତାଙ୍କର ଫଟୋଗୁଡିକ ଦେଖିଛି । ସେ ପୂର୍ବରୁ ଯେପରି ଦେଖାଯାଉଥିଲେ ଏବେ ମନେ ହେଉଛି ସେ ଓଜନ ହ୍ରାସ କରିଛନ୍ତି । ଯଦ୍ବାରା ସେ ବହୁତ ଭିନ୍ନ ଦେଖାଯାଉଛନ୍ତି । ମୋତେ ଲାଗୁନାହିଁ କି ଛୁଟିଦିନରେ କେହି କାରିବିଏନରେ ବୁଲୁଥିବ ଏବଂ ସେ ହିଁ ମେହୁଲ ଚୋକ୍ସି ବୋଲି ଜଣାପଡିବ । ଯାହା ମୁଁ ଭାରତୀୟ ଖବର ପଢି ଜାଣିବାକୁ ପାଇଛି ।’
TAGGED:
ବାରବରା ଜାରବିକାଙ୍କ ନ୍ୟୁଜ