ମୁମ୍ବାଇ: ଲୋକପ୍ରିୟ ନିର୍ମାତା କରନ ଜୋହର ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୁଡନ୍ୟୁଜ । ସେ ମଙ୍ଗଳବାର ଏକ ସ୍ପେଶାଲ ଘୋଷଣା କରିଥିଲେ । ଯାହାକୁ ନେଇ ସମସ୍ତେ ଖୁସି । ଆଜ୍ଞା ହଁ, ସେ ନିଜର ସର୍ବଶେଷ ଉଦ୍ୟମରେ ଏକ ନୂଆ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଖୋଲିଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇ ଏହି ଗୁଡନ୍ୟୁଜ ସେୟାର କରିଥିଲେ ।
ଆଉ ଟ୍ବିଟରେ ଲେଖିଥିଲେ, ‘ଆମର ନୂତନ ଉଦ୍ୟମ, ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଧର୍ମା କର୍ଣ୍ଣଷ୍ଟୋନ୍ ଏଜେନ୍ସି (ଡିସିଏ) ଘୋଷଣା କରିବାକୁ ମୁଁ ଆନନ୍ଦିତ । ଆମେ ଧର୍ମାମୁଭିସ୍ରେ ସର୍ବଦା ସର୍ବୋତ୍ତମ ପାଇଁ ଉନ୍ନତି କରିଛୁ ଏବଂ ଡିସିଏ ମଧ୍ୟ ସର୍ବୋତ୍ତମକୁ ପ୍ରତିପୋଷଣ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ଏବଂ ପ୍ରତିଭାର ଏକ ଅବିସ୍ମରଣୀୟ ଶକ୍ତି ସାଜିବ ।’