ଓଡିଶା

odisha

ETV Bharat / sitara

ଖୁବଶୀଘ୍ର ଟେଲିକାଷ୍ଟ ହେବ କରନଙ୍କ ‘Koffee With Karan’ - କଣ୍ଟ୍ରୋଭର୍ସିଆଲ ଶୋ ‘କଫି ୱିଥ୍ କରନ’ ନୂଆ ସିଜନ ଚର୍ଚ୍ଚା

ଭାଇରାଲ ହେଲା କରନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ନିଜ କଣ୍ଟ୍ରୋଭର୍ସିଆଲ ଶୋକୁ ନେଇ ଚର୍ଚ୍ଚାରେ ନିର୍ମାତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

By

Published : Jun 19, 2021, 10:52 AM IST

ମୁମ୍ବାଇ: ବଲିଉଡର ଫେମସ ନିର୍ମାତା କରନ ଜୋହର ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କେବେ ନିଜ ବୟାନକୁ ନେଇ ତ କେବେ ନିଜ ଫିଲ୍ମକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟନ୍ତି । ଇତିମଧ୍ୟରେ ତାଙ୍କ କଣ୍ଟ୍ରୋଭର୍ସିଆଲ ଶୋ ‘କଫି ୱିଥ୍ କରନ’କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । କାରଣ ଖୁବଶୀଘ୍ର କରନ ପୁଣିଥରେ ସେଲିବ୍ରିଟିଙ୍କୁ ପଚାରିବେ ପ୍ରଶ୍ନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର

ଆଜ୍ଞା ହଁ, ଟେଲିକାଷ୍ଟ ହେବାକୁ ଯାଉଛି ଶୋ । ନିକଟରେ କରନ ଇନଷ୍ଟାଗ୍ରାମରେ ଏହାର ହିଣ୍ଟ ଦେଇଥିଲେ । ସେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳୁଛି କଫି କପ୍‌ରେ ତାଙ୍କ ଚେହେରା ।

ତାଙ୍କ ଏହି ପୋଷ୍ଟ ଭାଇରାଲ ହେବା ପରଠୁ ଅନୁମାନ କରାଯାଉଛି ଯେ ସେ ଖୁବଶୀଘ୍ର ଏହି ଶୋର ନୂଆ ସିଜନ ନେଇ ଫେରିବେ । ପ୍ରକାଶ ଥାଉକି ସବୁ ସିଜନ ସହ କରନଙ୍କ ଏହି ଶୋ ଚର୍ଚ୍ଚାରେ ଆସେ । ଅନେକ ଥର ବିବାଦରେ ମଧ୍ୟ ଆସିସାରିଛି ଶୋ । ଅନ୍ୟପଟେ ଏହି ଶୋରେ ବଡ ବଡ ସେଲିବ୍ରିଟିଙ୍କ ଦ୍ବାରା ଅନେକ ବଡ କଥାର ଖୁଲାସା ହୋଇସାରିଛି ।

ABOUT THE AUTHOR

...view details