ମୁମ୍ବାଇ: କୋରୋନାର ଏହି ଘଡିସନ୍ଧି ମୁହୁର୍ତ୍ତରେ ସେଲିବ୍ରିଟି ନିଜ ନିଜ ଅନୁଯାୟୀ ଦେଶବାସୀଙ୍କ ସେବା କରୁଥିବାର ନଜର ଆସୁଛନ୍ତି । ଅନେକ ସେଲିବ୍ରିଟି ନୂଆ ନୂଆ ଅଭିଯାନ ଆରମ୍ଭ କରି ଲୋକଙ୍କୁ ସହଯୋଗର ହାତ ବଢାଉଛନ୍ତି । ଏଥର ଏହି କ୍ରମରେ ସାମିଲ ହୋଇଛନ୍ତି ଫିଲ୍ମ ନିର୍ମାତା କରନ ଜୋହର । କିଛି ଦିନରୁ ପରିବାରବାଦ ବିବାଦରେ ରହିଆସୁଛନ୍ତି କରନ କିନ୍ତୁ ଏବେ ଦେଶବାସୀଙ୍କ ସେବା ପାଇଁ ଆପଣାଇଛନ୍ତି ନୂଆ ପଦକ୍ଷେପ । ଯାହାକୁ ନେଇ ଚର୍ଚ୍ଚା ।
ଦେଶବାସୀଙ୍କୁ ସାହାଯ୍ୟ କରିବେ କରନ - ଫିଲ୍ମ ନିର୍ମାତା କରନ ଜୋହରଙ୍କ ନ୍ୟୁଜ
କରନ ଜୋହରଙ୍କ ବଡ ନିଷ୍ପତ୍ତି । ନିଜ ଧର୍ମା ପ୍ରଡକ୍ସନ ସୋସିଆଲ ମିଡିଆ ପେଜ ଜରିଆରେ ଦେଶବାସୀଙ୍କୁ କରିବେ ସାହାଯ୍ୟ । ଅଧିକ ପଢନ୍ତୁ...

କଥାଟି ହେଲା ଯେ ଧର୍ମା ପ୍ରଡକ୍ସନ୍ସର ସୋସିଆଲ ମିଡିଆ ପେଜ ବର୍ତ୍ତମାନ କୋଭିଡ 19 ସମ୍ବନ୍ଧୀୟ ଟୀକାକରଣ ପ୍ରକ୍ରିୟା ଏବଂ ମାନସିକ ସ୍ବାସ୍ଥ୍ୟ ବିଷୟରେ ସୂଚନା ପାଇଁ ବ୍ୟବହୃତ ହେବ । ଧର୍ମ ପ୍ରଡକ୍ସନ୍ସ ଏହାର ସାମାଜିକ ପ୍ଲାଟଫର୍ମକୁ ବିସ୍ତାର କରିବା ପାଇଁ ଏକ ପଦକ୍ଷେପ ନେଇଥିବା କୁହାଯାଉଛି, ଯାହା ଦ୍ବାରା ଲୋକେ ଉତ୍ସ ଏବଂ ଆବଶ୍ୟକ ତଥ୍ୟର ଲାଭ ଉଠାଇ ପାରିବେ।
ଏହା ବ୍ୟତୀତ ଯଦି କରନଙ୍କ ବିଷୟରେ କଥା ହେବା ତେବେ ସେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ନିଜ ଆଗମୀ ଫିଲ୍ମ ‘ଦୋସ୍ତାନା 2’ରୁ ବାହାର କରିବାକୁ ନେଇ ଚର୍ଚ୍ଚାରେ । ଶୁଣିବାକୁ ମିଳୁଛି ଯେ କାର୍ତ୍ତିକଙ୍କ ଦୁର୍ବ୍ୟବହାର ଏବଂ ମୋଟା ଅଙ୍କ ଡିମାଣ୍ଡ ପାଇଁ ତାଙ୍କୁ ଏହି ଫିଲ୍ମରୁ ମେକର୍ସ ବାହାର କରି ଅକ୍ଷୟ କୁମାରଙ୍କୁ ସାମିଲ କରିଛନ୍ତି ।