ମୁମ୍ବାଇ: ଏକାଠି ନଜର ଆସିଲେ ବଲିଉଡର ଫେମସ କୋରିଓଗ୍ରାଫର ତଥା ନିର୍ମାତା ଫରାହ ଖାନ ଓ ସାଉଥ ଷ୍ଟାର ନାଗା ଚୈତନ୍ୟ । ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁଇଜଣଙ୍କ ଫଟୋ । ଯାହାକୁ ସେୟାର କରି ଗୁଡନ୍ୟୁଜ ଦେଲେ ଫରାହ । ଏହାସହ ସେ ନାଗାଙ୍କ ପିତା ତଥା ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସହ କରିଥିବା କାମ ମଧ୍ୟ ମନେ ପକାଇଛନ୍ତି ।
ସେ ମଙ୍ଗଳବାର ଇନଷ୍ଟାଗ୍ରାମରେ ନାଗାଙ୍କ ସହ ନିଜ ଫଟୋ ପୋଷ୍ଟ କରି ଲେଖିଥିଲେ, ‘25 ବର୍ଷ ପୂର୍ବେ ମୁଁ ନାଗାଙ୍କ ବାପା ନାଗାର୍ଜୁନଙ୍କୁ ଡାନ୍ସ ଟ୍ରେନିଂ ଦେଇଥିଲି । ଯାହାପରଠୁ ଆମେ ଦୁହେଁ ଭଲ ବନ୍ଧୁ ସାଜିଛୁ । ଆଉ ଆଜି ମୁଁ ତାଙ୍କ ପୁଅଙ୍କ ସହ କାମ କରିବାକୁ ଯାଉଛି । ଆମେ ଦୁହେଁ ଏକ କମର୍ସିଆଲ ପ୍ରୋଜେକ୍ଟରେ ଏକାଠି କାମ କରିବୁ ।’