ଓଡିଶା

odisha

ETV Bharat / sitara

ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ନେଇ ଆସୁଛି ଫିଲ୍ମ ‘ବାଃ ଜିନ୍ଦେଗୀ’ - ମେକ ଇନ ଇଣ୍ଡିଆ କନସେପ୍ଟ ଭରା ଫଲ୍ମ

ଖୁବଶୀଘ୍ର ଦର୍ଶକ ପରଦାରେ ଦେଖିବେ ମୁଖ୍ୟତଃ ମେକ ଇନ ଇଣ୍ଡିଆ କନସେପ୍ଟ ଭରା ଫଲ୍ମ। ନିର୍ଦ୍ଦେଶକ ନିଜ ଆଗାମୀ ଫିଲ୍ମ ଜରିଆରେ ମୋଦିଙ୍କ ଆତନିର୍ଭର ଭାରତ ଅଭିଯାନ କାହାଣୀ ପର୍ଯ୍ୟବେଶିତ କରିବେ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : May 17, 2020, 7:57 PM IST

ମୁମ୍ବାଇ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଆଉ ଏହି ସମ୍ବୋଧନରେ ଲକଡାଉନ ସମୟରେ ଦେଶକୁ ଆତ୍ମନିର୍ଭର ହେବାକୁ ମନ୍ତ୍ର ବାଣ୍ଟିଥିଲେ। ସେହିପରି ଦେଶର ସାଧାରଣ ଲୋକଙ୍କୁ ମୋଦୀ ନିବେଦନ କରିଛନ୍ତି ଯେ ଦେଶୀ ଦ୍ରବ୍ୟକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରନ୍ତୁ। ଏବେ ମୋଦିଙ୍କ ଏହି ମନ୍ତ୍ର ଉପରେ ବଲିଉଡ ଫିଲ୍ମ ଆଧାରିତ ହେବ।

ଶୁଣିବାକୁ ମିଳୁଛି ଯେ ଫିଲ୍ମ ‘ବାଃ ଜିନ୍ଦେଗୀ’ରେ ଏହି କାହାଣୀକୁ ପର୍ଯ୍ୟବେଶିତ କରାଯିବ। ଆଉ ଫିଲ୍ମରେ ସଞ୍ଜୟ ମିଶ୍ର ଓ ବିଜୟ ରାଜ ଭଳି ଲୋକପ୍ରିୟ ଅଭିନେତା ମୁଖ୍ୟ ଭୂମିକାରେ ନଜର ଆସିବେ।

ପ୍ରକାଶ ଥାଉକି ଫିଲ୍ମର କାହାଣୀ ଜଣେ ଏମିତି ବ୍ୟକ୍ତି ଉପରେ ଆଧାରିତ ହେବ। ଯାଏ ସ୍ବଦେଶୀ ଜିନିଷକୁ ତିଆରି ଏବଂ ବିକ୍ରି ପାଇଁ ବିଦେଶୀ ଜିନିଷ ସହ କଡା ମୁକାବୁଲା କରିବାକୁ ପଡୁଥିବ। ଫିଲ୍ମଟି ମୁଖ୍ୟତଃ ‘ମେକ ଇନ ଇଣ୍ଡିଆ’ କନସେପ୍ଟକୁ ସପୋର୍ଟ କରିବା ଉଦ୍ଦେଶ୍ୟରେ ନିର୍ମାଣ କରାଯିବ। ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଦିନେଶ ସିଂ ଯାଦବ । ଅଶୋକ ଚୌଧୁରୀ ଫିଲ୍ମର ପ୍ରଯୋଜନା କରିବେ ।

ABOUT THE AUTHOR

...view details