ମୁମ୍ବାଇ: ଫେମସ ନିର୍ମାତା ମହେଶ ଭଟ୍ଟ ପାଖାପାଖି 20 ବର୍ଷ ପରେ ନିଜ ଆଗାମୀ ଫିଲ୍ମ ‘ସଡକ 2’ ଜରିଆରେ ନିର୍ଦ୍ଦେଶନା ଜଗତକୁ ଫେରିଛନ୍ତି । ଦୀର୍ଘ ସମୟରୁ ଚର୍ଚ୍ଚାରେ ତାଙ୍କ ଏହି ଫିଲ୍ମ । ଯାହାର ଦମଦାର ଟ୍ରେଲର ବୁଧବାର ରିଲିଜ କରିଦେଇଛନ୍ତି ମେକର୍ସ । ଫିଲ୍ମରେ ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଦିତ୍ୟ ରାୟ କପୁର ଓ ଆଲିୟା ଭଟ୍ଟଙ୍କ ଶାନଦାର ଅଭିନୟ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲରକୁ ଏଯାବତ ୟୁଟ୍ୟୁବରେ 66 ହଜାର ଲାଇକ୍ସ ମିଳିସାରିଲାଣି । କିନ୍ତୁ ଲାଇକଠୁ ଅଧିକ ଟ୍ରେଲରକୁ ଡିସଲାଇକ ମିଳିଛି । ସ୍ବର୍ଗୀୟ ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଫିଲ୍ମ ଟ୍ରେଲରକୁ ନାପସନ୍ଦ କରିଛନ୍ତି ଫ୍ୟାନ୍ସ ।
ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଲରକୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ଅନେକ ୟୁଜର୍ସ । ଖାଲି ଏତିକି ନୁହେଁ ଏହାସହ ସଞ୍ଜୟ ଦତ୍ତଙ୍କୁ ମଧ୍ୟ କ୍ଷମା ମଗାଯାଉଛି । କାରଣ ନିକଟରେ ସଞ୍ଜୟଙ୍କ ଫୁସଫୁସ କ୍ୟାନ୍ସର କଥା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଦୁଃଖି ତାଙ୍କର କିଛି ଫ୍ୟାନ୍ସ ।