ମୁମ୍ବାଇ: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଫିଲ୍ମ ଏବଂ ୱେବ ସିରିଜ । ଫିଲ୍ମରେ ବିବେକ ଓବରୟ ଅଭିନୟ କରିଥିବା ବେଳେ ସିରିଜରେ ମହେଶ ଠାକୁରଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିଥିଲା । ଇତିମଧ୍ୟରେ ପୁଣି ଖୁସି ଖବର ସାମ୍ନାକୁ ଆସିଛି । କାରଣ ପରଦାରେ ଆଉଥରେ ଦେଖିବାକୁ ମିଳିବ ମୋଦିଙ୍କ ସଂଘର୍ଷମୟ କାହାଣୀ।
ଯାହାକୁ ନେଇ ଫେରିବେ ‘ମହାଭାରତ’ର ଯୁଧିଷ୍ଠର ତଥା ଅଭିନେତା ଗଜେନ୍ଦ୍ର ଚୌହାନ । ସେ ମୋଦିଙ୍କ ଭୂମିକାରେ ଅଭିନୟ କରିବାକୁ ନେଉ ଉତ୍ସାହିତ ଅଛନ୍ତି । ସେହିପରି ଫିଲ୍ମର ଟାଇଟେଲ ରଖାଯାଇଛି ‘ଏକ ଔର ନରେନ୍ଦ୍ର’ । ଫିଲ୍ମରେ ସ୍ବାମୀ ବିବେକାନନ୍ଦ ଏବଂ ନରେନ୍ଦ୍ରଙ୍କ ବିଚାରଧାରାକୁ ପର୍ଯ୍ୟବେଶିତ କରାଯିବ ।