ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ 24 ଘଣ୍ଟା ପୂରଣ ହୋଇସାରିଛି । ତାଙ୍କ ମୃତ୍ୟୁରେ ସ୍ତବ୍ଧ ପୁରା ବଲିଉଡ । ସେହିପରି ତାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଫ୍ୟାନ୍ସ । ଇତିମଧ୍ୟରେ ଫେମସ ଫିଲ୍ମ ନିର୍ମାତା ଶେଖର କପୁର ଦୁଃଖଭରା ଟ୍ବିଟ କରି ଚର୍ଚ୍ଚାରେ । ଯେଉଁଥିରେ ସେ ଜଣାଇଛନ୍ତି ସୁଶାନ୍ତ ଜୀବନରେ କେଉଁ ଯନ୍ତ୍ରଣା ଦେଇ ଗତି କରୁଥିଲେ ।
ସୁଶାନ୍ତଙ୍କ ସିକ୍ରେଟ ଖୁଲାସା କଲେ ଶେଖର - ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା
ଶେଖର କପୁରଙ୍କ ବଡ ଖୁଲାସା । ସୁଶାନ୍ତଙ୍କ ଯନ୍ତ୍ରଣା ବିଷୟରେ ସେ ପୂର୍ବରୁ ଜାଣିଥିଲେ । ଟ୍ବିଟରେ ଦେଲେ ସୂଚନା ।
ସେ ଟ୍ବିଟ କରି ଲେଖିଛନ୍ତି, ‘ତୁମେ ଯେଉଁ ଯନ୍ତ୍ରଣା ଦେଇ ଗତି କରୁଥିଲ ମତେ ଜଣାଥିଲା । ଜାଣିଥିଲି ସେହି ଲୋକଙ୍କ କାହାଣୀ ଯିଏ ଆପଣଙ୍କୁ ବହୁତ ନିରାଶ କରିଥିଲେ । ମୋ କାନ୍ଧ ଉପରେ ମୁଣ୍ଡ ରଖି ତୁମେ ବହୁତ କାନ୍ଦିଥିଲ । ଖାସ୍ ଗତ 6 ମାସରେ ମୁଁ ତୁମ ଆଖାପାଖରେ ରହିଥାଆନ୍ତି । ତୁମେ ମୋ ସହ କଥା ହୋଇପାରିଥାଆନ୍ତ । ତୁମ ସହ ଯାହା ହେଲା ଏହା ତୁମର ନୁହେଁ ସେହି ଲୋକଙ୍କ କର୍ମର ଫଳ ।’
ସେହିପରି ସେ ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଜୀବନର ଶିକ୍ଷା: ଭଗବାନ ନାହାନ୍ତି, ସେ କହୁଥିଲେ..ସତରେ ଭଗବାନ ନାହାନ୍ତି, ମୁଁ କହୁଛି..ଏଠାରେ କେବଳ ରହିଛି ଭରସା, ପ୍ରେମ, ଲାଳସା, କୃତଜ୍ଞତା ଏବଂ ଦୟା। ।’