ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଗୁଲାବୋ ସିତାବୋ’କୁ ନେଇ ଚର୍ଚ୍ଚାରେ । ଆସନ୍ତା 12 ତାରିଖରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଏହି ଫିଲ୍ମ । ହେଲେ ଏହା ବ୍ୟତୀତ ସେ ନିର୍ଦ୍ଦେଶକ ସୁଜିତ ସିରକାରଙ୍କ ନିର୍ଦ୍ଦେଶିତ ଆଉ ଏକ ଫିଲ୍ମ ‘ଶୋବାଇଟ’ ପାଇଁ ମଧ୍ୟ ଚର୍ଚ୍ଚାରେ । ଏହି ଫିଲ୍ମ ରିଲିଜ ନହେବାର କାରଣ ଏବେ ସାମ୍ନାକୁ ଆସିଛି ।
ଫେମସ ନିର୍ମାତା ଶୈଳେନ୍ଦ୍ର ସିଂ ଦାବି କରିଛନ୍ତି ଯେ ଏହି ଫିଲ୍ମ ସେହି ସମୟରେ ରିଲିଜ ହେବ । ଯେବେ ବୌଦ୍ଧିକ ସମ୍ପତ୍ତି ଅଧିକାର ପାଇଁ ଅମିତାଭଙ୍କ ସହ ଲାଗିଥିବା ତାଙ୍କ ଝଗଡା ଶେଷ ହେବ ।