ଓଡିଶା

odisha

By

Published : Feb 24, 2022, 10:46 AM IST

ETV Bharat / sitara

Sanjay Leela Bhansali Birthday: ଭଂସାଲୀ କାହିଁକି ନିଜ ସହ ଯୋଡନ୍ତି ମାଙ୍କ ନାଁ ? ଜାଣନ୍ତୁ

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଜି ଜନ୍ମଦିନ । ସେ ଆଜି 59ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନରେ ଆସନ୍ତୁ ଜାଣିବା ସଞ୍ଜୟଙ୍କ ବିଷୟରେ ଜାଣିବା କିଛି ଅଜଣା କଥା । ଅଧିକ ପଢନ୍ତୁ

ସଞ୍ଜୟ ଲୀଲା ଭଂସାଲୀ କାହିଁକି ନିଜ ସହିତ ଯୋଡନ୍ତି ମାଆଙ୍କ ନାମ
ସଞ୍ଜୟ ଲୀଲା ଭଂସାଲୀ କାହିଁକି ନିଜ ସହିତ ଯୋଡନ୍ତି ମାଆଙ୍କ ନାମ

ହାଇଦ୍ରାବାଦ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଜି ଜନ୍ମଦିନ । ସେ ଆଜି 59ତମ ଜନ୍ମଦିନ ପାଳନ କରୁଛନ୍ତି । ସଞ୍ଜୟ ଲୀଲା ଭଂସାଲୀ 1964 ମସିହା ଫେବୃଆରୀ 24ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଭଂସାଲୀ 'ହମ ଦିଲ ଦେ ଚୁକେ ସନମ', 'ଦେବଦାସ', 'ବାଜିରାଓ ମସ୍ତାନୀ', 'ପଦ୍ମାବତ' ଏବଂ 'ଗୋଲିୟୋଁ କି ରାସଲିଲା ରାମଲୀଲା' ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା । ଭଂସାଲୀଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି 'ଗଙ୍ଗୁବାଇ କାଠିଆୱାଡି' । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ଚଳଚ୍ଚିତ୍ରଟି ଫେବୃଆରୀ 25ରେ ସିନେମା ହଲରେ ମୁକ୍ତିଲାଭ କରିବ । ସଞ୍ଜୟ ଲୀଲା ଭଂସାଲୀ ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ରକୁ ତାଙ୍କର 'ଡ୍ରିମ ପ୍ରୋଜେକ୍ଟ' ବୋଲି କହିଛନ୍ତି । ଆସନ୍ତୁ ଏସବୁ ସହିତ ଜାଣିବା ଯେ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ବିଷୟରେ କିଛି ଅଜଣା କଥା ।

ଭଂସାଲୀଙ୍କ ଡେବ୍ୟୁ ଫିଲ୍ମ

ଭଂସାଲୀ (film director Sanjay Leela Bhansali unknown facts) ବଲିଉଡରେ ଜଣେ ମଲ୍ଟିଟାସ୍କର ଭାବରେ ଜଣାଶୁଣା । ଚଳଚ୍ଚିତ୍ର ନିର୍ଦ୍ଦେଶକ ହେବା ବ୍ୟତୀତ ସେ ଜଣେ ନିର୍ମାତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସ୍କ୍ରିନ୍ ରାଇଟର ମଧ୍ୟ ଅଟନ୍ତି । ଭଂସାଲୀ ପିଲାଦିନରୁ ଚଳଚ୍ଚିତ୍ର ଜଗତରେ ଏକ ନାଁ ସୃଷ୍ଟି କରିବାକୁ ଚାହୁଁଥିଲେ, ସେହି ଇଚ୍ଛାକୁ ବାସ୍ତବରେ ପରିଣତ କରିବାକୁ ସେ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରୁ ଅଧ୍ୟୟନ କରିଥିଲେ ।

ଏହା ପରେ ସେ ଏକ ଏଡିଟିଂ କୋର୍ସ ମଧ୍ୟ କରିଥିଲେ । FTIIରୁ ଫିଲ୍ମମେକିଂ କୋର୍ସ କରିବା ପରେ ସଞ୍ଜୟ ଲୀଲା ଭଂସାଲି ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ସହିତ କାମ କରିବା ଆରମ୍ଭ କଲେ । ସଞ୍ଜୟ 1996 ମସିହାରେ ଚଳଚ୍ଚିତ୍ର 'ଖେମୋଶି' ସହିତ ବଲିଉଡରେ ନିର୍ଦ୍ଦେଶକ ଡେବ୍ୟୁ କରିଥିଲେ । ଅବଶ୍ୟ, ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ସେ 'ପରିନ୍ଦା' (1989) ଏବଂ '1942: ଅ ଲଭ୍ ଷ୍ଟୋରୀ' (1994)ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ସେ 'ପରିନ୍ଦା' ସହିତ ତାଙ୍କର ନିର୍ଦ୍ଦେଶନା କ୍ୟାରିଅର ଆରମ୍ଭ କରିଥିଲେ।

ଏହା ବି ପଢନ୍ତୁ: ବଦଳିବ ଗଙ୍ଗୁବାଇ ସିନେମା ନାମ ! ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

ତାଙ୍କ ମାଆଙ୍କ ନାମରେ ଜଣାଶୁଣା ଭଂସାଲୀ

ଭଂସାଲୀ ତାଙ୍କ ମାଆ ଲୀଲାଙ୍କ ଅତି ନିକଟତର ଥିଲେ। ତାଙ୍କ ମାଆଙ୍କ ନାମ ଲୀଲା । କୁହାଯାଏ ଯେ ସେ କେବଳ ତାଙ୍କ ମାଆ ଲୀଲାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ନାମ ସହିତ ମାଆ ଲୀଲାଙ୍କ ନାମ ଯୋଡିଥିଲେ। ସେଥିପାଇଁ ତାଙ୍କର ସମ୍ପୂର୍ଣ୍ଣ ନାମ ସଞ୍ଜୟ ଲୀଲା ଭଂସାଲୀ । ନାମ ଆଗରେ ତାଙ୍କ ମାଆଙ୍କୁ ବ୍ୟବହାର କରିବା ପଛର କାହାଣୀ ଅତ୍ୟନ୍ତ ହୃଦୟସ୍ପର୍ଶୀ । କୁହାଯାଏ ଯେ ସଞ୍ଜୟ ଲୀଲା ଭଂସାଲୀ ତାଙ୍କ ପିଲାଦିନେ ଅନେକ ଅସୁବିଧାର ସାମ୍ନା କରିଥିଲେ ।

ଭଂସାଲୀ ମଧ୍ୟ ତାଙ୍କ ଜୀବନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ଲୋକମାନେ ତାଙ୍କ ଘରକୁ ଟଙ୍କା ମାଗି ଆସୁଥିଲେ ଏବଂ ତାଙ୍କୁ ଅପମାନିତ କରୁଥିଲେ । ଏସବୁର କାରଣ ହେଉଛନ୍ତି ତାଙ୍କ ବାପା, ଯିଏ ପେଶାରେ ଜଣେ ପ୍ରଡ୍ୟୁସର ଥିଲେ, କିନ୍ତୁ କ୍ୟାରିଅରରେ ସଫଳ ହୋଇ ନ ପାରିବାରୁ ହତାଶ ହୋଇ ମଦ୍ୟପାନ କରୁଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ପତ୍ନୀ ଅର୍ଥାତ୍ ସଞ୍ଜୟଙ୍କ ମାଆ ଲୀଲା ଭଂସାଲୀ ପୁରା ଘରର ଦାୟିତ୍ବ ନେଇଥିଲେ ।

ସେ ମଞ୍ଚରେ ଅଭିନୟ କରୁଥିଲେ ଏବଂ ଘରର ଖର୍ଚ୍ଚ ବହନ କରୁଥିଲେ ଏବଂ ବାକି ସମୟ ସେ ଲୋକମାନଙ୍କ ପୋଷାକ ସିଲେଇ କରି ନିଜ ପିଲାମାନଙ୍କୁ ପଢାଉଥିଲେ । ସଞ୍ଜୟଙ୍କ ମାଆ ଲୀଲା ଭଂସାଲୀ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି ଏବଂ ଏହି କାରଣରୁ ଭଂସାଲୀ ତାଙ୍କ ମାଆଙ୍କ ନାମକୁ ତାଙ୍କ ନାମରେ ଆଗରେ ବ୍ୟବହାର କରିଥିଲେ ଏବଂ ଆଜି ସେ ସଞ୍ଜୟ ଲୀଲା ଭଂସାଲୀ ନାମରେ ଜଣାଶୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details