ଓଡିଶା

odisha

ETV Bharat / sitara

ଗାନ୍ଧୀ-ଗୋଡସେ ପୋଷ୍ଟର ବିବାଦ, ସୋସିଆଲ ମିଡିଆରେ ହଟହଟା ରାମୁ - ଫେମସ ନିର୍ମାତା ରାମ ଗୋପାଲ ବର୍ମା ବିବାଦ

ନିଜର ବହୁ ଚର୍ଚ୍ଚିତ ଫିଲ୍ମ ‘ଦ ମ୍ୟାନ ହୁ କିଲ୍ଡ ଗାନ୍ଧୀ’ ପୋଷ୍ଟରକୁ ନେଇ ବିବାଦ ଘେରରେ ରାମ ଗୋପାଲ ବର୍ମା । ଟ୍ବିଟରରେ କରାଯାଉଛି ତାଙ୍କ ନିନ୍ଦା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଗୋପାଲ ବର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମ ଗୋପାଲ ବର୍ମା

By

Published : Jun 13, 2020, 9:27 PM IST

ମୁମ୍ବାଇ: ଫେମସ ନିର୍ମାତା ରାମ ଗୋପାଲ ବର୍ମା ବିବାଦର ଦ୍ବିତୀୟ ନାମ । ଏମିତି ତାଙ୍କ ବହୁତ କମ କାମ ଥିବ ଯେଉଁଥିରେ କୌଣସି ବିବାଦ ହୋଇନଥିବ । ନିକଟରେ ମଧ୍ୟ ଏମିତି କିଛି କରି ସମାଲୋଚନାର ଶିକାର ହୋଇଛନ୍ତି ସେ । ସେ ନିଜର ଆଗାମୀ ଫିଲ୍ମ ‘ଦ ମ୍ୟାନ ହୁ କିଲ୍ଡ ଗାନ୍ଧୀ’ର ପୋଷ୍ଟର ସେୟାର କରିଥିଲେ । ଯାହାକୁ ଦେଖି ଆଦୌ ଖୁସି ନାହାଁନ୍ତି ସୋସିଆଲ ମିଡିଆ ୟୁଜର୍ସ । ଏହାର କାରଣ ହେଲା ଯେ ଗାନ୍ଧୀ ଓ ତାଙ୍କ ହତ୍ୟାକରୀ ନାଥୁରାମ ଗୋଡସେର ଫେସ ଏକାଠି ପୋଷ୍ଟରେ ଯୋଡା ଯିବା । ଏହାକୁ ଆଧାର କରି ଟ୍ବିଟରେ ତାଙ୍କର ଖୁବ୍ ସମାଲୋଚନା କରିଛନ୍ତି ୟୁଜର୍ସ ।

ଏହି ମାମଲା ଉପରେ ପ୍ରତିକ୍ରିୟା ଦେଇ ରାମ ଗୋପାଲ ଟ୍ବିଟରେ ଲେଖିଛନ୍ତି, ‘ଏହି ଫଟୋ ପଛରେ ଆଇଡିଆ ଏହା ହେଲା ଯେ ଗାନ୍ଧୀଙ୍କୁ ହତ୍ୟା କରିବା ଗୋଡସେଙ୍କ ପାଇଁ ଆତ୍ମହତ୍ୟା ଭଳି ଥିଲା । ’ହେଲେ ୟୁଜର୍ସ ତାଙ୍କ ଏହି କଥାରେ ମଧ୍ୟ ଚୁପ ବସିନଥିଲେ ।

ଜଣେ ୟୁଜର ଏହାର ଜବାବରେ ଲମ୍ବା ପୋଷ୍ଟ କରି ରାମ ଗୋପାଲଙ୍କୁ ଅନେକ କଥା ଶୁଣାଇଛନ୍ତି । ଏହି ପୋଷ୍ଟରକୁ ନେଇ ସେ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରିଛନ୍ତି ଏବଂ ରାମୁଙ୍କୁ ଏହାର ଜବାବ ମଧ୍ୟ ମାଗିଛନ୍ତି ।

ସେପଟେ ରାମ ଏହାର ଜବାବରେ ଲେଖିଛନ୍ତି, ‘ଏହି ଫଟୋକୁ ତିଆରି କରିବାର କାରଣ ଆପଣଙ୍କୁ ଫିଲ୍ମ ଦେଖିଲାପରେ ହିଁ ଜଣା ପଡିବ । ଜଣେ କଳାକାର ରୂପେ ମୋର ଚିନ୍ତାଧାରକୁ ସମସ୍ତଙ୍କ ସାମ୍ନାରେ ରଖିବାର ସ୍ବାଧୀନତା ଅଛି । ଏହା ଠିକ୍ କଥା ନୁହେଁ ଯେ ଆପଣ ଜାଣିବା ବିନା ଖରାପ ମାନୁଛନ୍ତି । ଚିଲ କରନ୍ତୁ ।’

ABOUT THE AUTHOR

...view details