ଓଡିଶା

odisha

ETV Bharat / sitara

ସଚେତନ କରିବାକୁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ଏକାଠି

ସବୁଠାରୁ ବଡ କଥା ହେଲା ଏହି ଫିଲ୍ମ ପାଇଁ କୌଣସି ତାରକା ଏକାଠି ହୋଇନାହାନ୍ତି । ସମସ୍ତେ ନିଜନିଜ ଘରୁ ଭିଡିଓ ବନାଇ ଏହାକୁ ତିଆରି କରିଛନ୍ତି । ଅଧିକ ପଢନ୍ତୁ...

By

Published : Apr 7, 2020, 10:01 PM IST

ସଚେତନ କରିବାକୁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ଏକାଠି
ସଚେତନ କରିବାକୁ ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ଏକାଠି

ମୁମ୍ବାଇ: କୋରୋନା ମୁକାବିଲା ପାଇଁ ସବୁ ବର୍ଗର ବ୍ୟକ୍ତି ଦେଶବାସୀଙ୍କୁ ସଚେତନ କରିବାକୁ ଲାଗିଛନ୍ତି । ରାଜନେତାଠାରୁ ଫିଲ୍ମ ଷ୍ଟାର, ଖେଳାଳି ସମସ୍ତେ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସମୟରେ ଅନେକ ଭିଡିଓ ଦ୍ବାରା ବାର୍ତ୍ତା ଦେଉଛନ୍ତି । ସେହିପରି ସୋମବାର ଅକ୍ଷୟ କୁମାରଙ୍କ ଦ୍ବାରା ଏକ ଗୀତ ଭିଡିଓରେ କୋରୋନା ବିରୋଧୀ ଲଢେଇ ଉପରେ ବାର୍ତ୍ତା ଦେଇଥିଲେ ବଲିଉଡ ଷ୍ଟାର ।

ମଙ୍ଗଳବାର ମଧ୍ୟ ରିଲିଜ ହୋଇଛି ଏକ ସର୍ଟ ଫିଲ୍ମ । ଏଥିରେ କେବଳ ବଲିଉଡ ନୁହନ୍ତି ସାରା ଦେଶର ଫିଲ୍ମ ଇଣ୍ଡଷ୍ଟ୍ରି ଏକାଠି ହୋଇଛନ୍ତି । ବଲିଉଡ ସହ ଟଲିଉଡ, କଲିଉଡ ମଧ୍ୟ ସାଥ ଦେଇଛନ୍ତି । ବେଙ୍ଗଲଠାରୁ ଦକ୍ଷିଣ ଭାରତ ଯାଏଁ ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ ଷ୍ଟାର ଏଥିରେ ସାମିଲ ହୋଇଛନ୍ତି । ଏପରିକି ବିଦେଶରୁ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଭିଡିଓରେ ନଜର ଆସିଛନ୍ତି । ଏମାନେ ସମସ୍ତେ ଲୋକଙ୍କୁ ଘରେ ରହିବା ସହ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ।

ତେବେ ସବୁଠାରୁ ବଡ କଥା ହେଲା ଏହି ଫିଲ୍ମ ପାଇଁ କୌଣସି ତାରକା ଏକାଠି ହୋଇନାହାନ୍ତି । ସମସ୍ତେ ନିଜ ନିଜ ଘରୁ ଭିଡିଓ ବନାଇ ଏହାକୁ ତିଆରି କରିଛନ୍ତି । କିନ୍ତୁ ଭିଡିଓଟି ଦେଖିଲା ପରେ ଆପଣଙ୍କୁ ଲାଗିପାରେ ସମସ୍ତେ ଯେପରି ଗୋଟିଏ ଘରେ ଅଛନ୍ତି । ଫିଲ୍ମର ନାମ ରହିଛି ‘ପରିବାର’ । ଏହାର ଅର୍ଥ ଗୋଟିଏ ପରିବାରରେ ସମସ୍ତେ କିପରି ସମୟ କାଟୁଛନ୍ତି । ପ୍ରଥମେ ଆରମ୍ଭ ଅମିତାଭ ବଚ୍ଚନଙ୍କଠାରୁ ହୋଇଛି ଯିଏ ନିଜର କଳା ଚଷମା ଖୋଜୁଛନ୍ତି । ଆଉ ଏହାପରେ ଜଣକ ପରେ ଜଣେ ଷ୍ଟାର ଘର ଭିତରେ ତାଙ୍କ ଚଷମା ଖୋଜିବାରେ ଲାଗିଛନ୍ତି ।

ଫିଲ୍ମ ଶେଷରେ ଏହାର ବାର୍ତ୍ତା ଦେଇଛନ୍ତି ବିଗ ବି । ସାରା ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ପରିବାର । ଭାଷା ଅଲଗା ହୋଇପାରେ କିନ୍ତୁ ସମ୍ପର୍କ ସମାନ । ଏହାସହ ଘରେ ରହି କିପରି ସମୟ କାଟିବେ ଏବଂ ବାହାରକୁ ନଯିବା ପାଇଁ ଅମିତାଭ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଘରେ ରହି ପରିବାର ସହ ସମୟ କାଟିବା ଏବଂ ସରକାରଙ୍କ କଥା ମାନି ସୁରକ୍ଷିତ ରହିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ଏହି ଫିଲ୍ମ ଦ୍ବାରା ଉପାର୍ଜିତ ଅର୍ଥ ଫିଲ୍ମ ଇଣ୍ଡଷ୍ଟ୍ରିର ଦିନ ମଜୁରିଆଙ୍କୁ ଦାନ କରାଯିବ ବୋଲି ସେ କହିଛନ୍ତି । ପ୍ରଥମ ଥର ଦେଶ ପାଇଁ ସବୁ ଫିଲ୍ମ ଇଣ୍ଡଷ୍ଟ୍ରି ଏକାଠି ହୋଇଥିବାର ଦେଖାଯାଇଛି ।

ସୋନି ନେଟୱାର୍କ ଓ କଲ୍ୟାଣ ଜୁଏଲାର୍ସ ଦ୍ବାରା ଏହା ତିଆରି ହୋଇଛି । ଏଥିରେ ଅମିତାଭଙ୍କ ସମେତ ରଜନୀକାନ୍ତ, ରଣବୀର କପୁର, ଦିଲଜିତ ଦୋସାଞ୍ଜ, ଆଲିୟା ଭଟ୍ଟ, ପ୍ରିୟଙ୍କା ଚୋପ୍ରା, ଚିରଞ୍ଜିବୀ, ମୋହନଲାଲ, ମାମୁଟ୍ଟି, ପ୍ରସନ୍ନଜିତ ଭଳି ଷ୍ଟାର ଅଭିନୟ କରିଛନ୍ତି । ସୋମବାର ଅକ୍ଷୟ କୁମାରଙ୍କ ଗୀତ ପରେ ମଙ୍ଗଳବାର ଏହି ଫିଲ୍ମ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଦେଶ ପାଇଁ ସବୁ ଫିଲ୍ମ ଷ୍ଟାର ଏକାଠି ହେବାକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ସୌଜନ୍ୟ@taran_adarsh

ABOUT THE AUTHOR

...view details