ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଓ ତାଙ୍କ ସହ-କଳାକାର କରୀନା କପୁର ଖାନ, ଦିଲଜୀତ ଦୋସାଞ୍ଝ ଓ କିୟାରା ଆଡଭାନୀଙ୍କ କମେଡି ଡ୍ରାମା ଫିଲ୍ମ ‘ଗୁଡନ୍ୟୁଜ’କୁ ନେଇ ଚର୍ଚ୍ଚା । ସେହିପରି ବିକ୍କୀ ଡୋନର ଆୟୁଷ୍ମାନ ଖୁରାନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଡ୍ରିମ ଗାର୍ଲ’ ମଧ୍ୟ ଚର୍ଚ୍ଚାରେ । ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଆଜ୍ଞା ହଁ, ଗତ ବର୍ଷ ରିଲିଜ ହୋଇଥିବା ଏହି ଦୁଇ ଫିଲ୍ମ ପୁଣିଥରେ ସିନେମାଘରେ ରିଲିଜ ହେବାକୁ ଯାଉଛି ।
ସାଉଦି ଆରବରେ ଛାଇବ ଅକ୍ଷୟ-ଆୟୁଷ୍ମାନଙ୍କ ଯାଦୁ - ଅକ୍ଷୟ କୁମାର ହିଟ୍ ଫିଲ୍ମ ଗୁଡନ୍ୟୁଜ
ଖୁବଶୀଘ୍ର ବିଦେଶୀ ଦର୍ଶକ ବହୁ ଚର୍ଚ୍ଚିତ ଭାରତୀୟ ଫିଲ୍ମ ସିନେମାଘରେ ଦେଖିବାକୁ ଯାଉଛନ୍ତି । ଅକ୍ଷୟ ଓ ଆୟୁଷ୍ମାନଙ୍କ ଦୁଇଟି ହିଟ୍ ଫିଲ୍ମ ହେବ ରିଲିଜ ।

ଖବରଟି ସମ୍ପୂର୍ଣ୍ଣ ସତ ହେଲେ ରିଲିଜ ସ୍ଥାନ ଭାରତ ନୁହେଁ, ବରଂ ସଂଯୁକ୍ତ ଆରବ ଏମିରେଟ୍ସ । ଶୁଣିବାକୁ ମିଳୁଛି ଯେ ଏହି ଦୁଇଟି ଫିଲ୍ମ ଆସନ୍ତା 11ରେ ଦୁବାଇର ଅନେକ ସିନେମା ଘରେ ରିଲିଜ ହେବ ।
କୋରୋନା ଭାଇରସ ପାଇଁ ବିଶ୍ବରେ ହୋଇଥିବା ଲକଡାଉନ ପରେ କିଛି ଦେଶରେ ପୂର୍ବ ସ୍ଥିତି ଫେରିବାରେ ଲାଗିଛି । କୋରୋନାରେ ଅଧିକାଂଶ ପ୍ରଭାବ ସାଉଦି ଆରବରେ ଦେଖିବାକୁ ମିଳିଥିଲା । ଯାହାଦ୍ବାରା ଦୀର୍ଘ ସମୟରୁ ସେଠାର ସବୁ ମଲ, ସିନେମାଘରକୁ ବନ୍ଦ ରଖାଯାଇଥିଲା । ଏବେ ଧିରେ ଧିରେ ସିନେମାଘର ଖୋଲିବାରେ ଲାଗିଛି । ଆଉ ଆସନ୍ତା 11 ତାରିଖରେ ‘ଡ୍ରିମ ଗାର୍ଲ’ ଓ ‘ଗୁଡନ୍ୟୁଜ’ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିନେମାଘର ମାଲିକ ।