ମୁମ୍ବାଇ: କୋରୋନା ଭାଇରସର ଆତଙ୍କ ପୁରା ବିଶ୍ବରେ ବ୍ୟାପିବାରେ ଲାଗିଛି । ଯାହା ସହ ଲଢୁଛନ୍ତି ବିଶ୍ବବାସୀ। ଏହାର ପ୍ରଭାବ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମଧ୍ୟ ମିଳୁଛି। କୋରୋନା ଭାଇରାସ ପାଇଁ ଠପ ପଡିଛି ସବୁ କାମ। ଫିଲ୍ମ ସୁଟିଂ, ରିଲିଜ ବଡ ବଡ ଇଭେଣ୍ଟ ରଦ୍ଦ କରାଯାଇଛି । ଇତିମଧ୍ୟରେ ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ସହିତ 20 ଫିଲ୍ମ ଫେଷ୍ଟିଭାଲ ୱି ଆର ୱାନ ଅନଲାଇନ ସହ ଏକାଠି ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ୱି ଆର ୱାନ ଏକ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ ହେବ। ଯାହା ଦ୍ବାରା ଦୁନିଆର ନୂଆ ଏବଂ କ୍ଲାସିକ ଫିଲ୍ମ ୟୁଟ୍ୟୁବ ମାଧ୍ୟମରେ ପ୍ରସାରଣ କରାଯିବ।
ଅନଲାଇନ ଫିଲ୍ମ ଫେଷ୍ଟିଭାଲ ନ୍ୟୁୟର୍କର ଟ୍ରିବୋକା ଏଣ୍ଟରପ୍ରାଇଜେସ ପକ୍ଷରୁ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ସନଡାନ୍ସ ଫିଲ୍ମ ଫେଷ୍ଟିଭାଲ, ସିଡନୀ ଫିଲ୍ମ ଫେଷ୍ଟିଭାଲ, ଟୋକିଓ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଟୋରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଟ୍ରିବୋକା ଫିଲ୍ମ ଫେଷ୍ଟିଭାଲ, ଭେନିସ ଫିଲ୍ମ ଫେଷ୍ଟିଭାଲ, ନ୍ୟୁୟର୍କ ଫିଲ୍ମ ଫେଷ୍ଟିଭାଲ ଓ କାନ୍ସ ଫିଲ୍ମର ପ୍ରୋଗ୍ରାମିଂ ସହ ମେ 29ରେ ଆରମ୍ଭ ହୋଇ 10 ଦିନ ପର୍ଯ୍ୟନ୍ତ ଚାଲିବ।