ମୁମ୍ବାଇ: ନିର୍ଦ୍ଦେଶକ ହଂସଲ ମେହେତା ଏବଂ ତାଙ୍କ ପରିବାରକୁ ରୋହିତ ନାମକ ଜଣେ ଅଜ୍ଞାତ ବ୍ୟକ୍ତି ରାତିସାରା ଫୋନରେ ହଇରାଣ କରିଥିବା ଅଭିଯୋଗ ହୋଇଛି । ରବିବାର ଫିଲ୍ମ ନିର୍ମାତା ଟ୍ବିଟରରେ ମୁମ୍ବାଇ ପୋଲିସର ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ କରି ଏହି ମାମଲାରେ ଅଭିଯୋଗ କରିଛନ୍ତି ।
ତାଙ୍କ ପରିବାରକୁ ହଇରାଣ କରୁଥିବା ବ୍ୟକ୍ତିଙ୍କ ଫୋନ ନମ୍ବର ସହିତ ହଂସଲ ଟ୍ବିଟ୍ କରି ଲେଖିଛନ୍ତି, ‘ପ୍ରିୟ ମୁମ୍ବାଇ ପୋଲିସ ଟ୍ରୁ କଲର୍ ରୋହିତ ନାମ ଦେଖାଉଥିବା ଏହି ଅଜ୍ଞାତ ବ୍ୟକ୍ତି ଗତ ରାତିରୁ ଆମକୁ କ୍ରମାଗତ ଭାବରେ ହଇରାଣ କରୁଛନ୍ତି । ଦୟାକରି ଏହି ବ୍ୟକ୍ତିଙ୍କୁ ତାଗିଦ କରନ୍ତୁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।’