ଓଡିଶା

odisha

By

Published : Nov 30, 2020, 3:06 PM IST

ETV Bharat / sitara

‘ଅପନେ 2’ରେ ଦେଓଲ ପରିବାର ତିନି ପିଢି

ସାମ୍ନାକୁ ଆସିଲା ‘ଅପନେ 2’ର ନୂଆ ଖବର । ଟ୍ବିଟ କରି ଫିଲ୍ମ ବିଷୟରେ ସମସ୍ତଙ୍କୁ ଜଣାଇଲେ ତରଣ । ବାପା ସନ୍ନିଙ୍କ ସହ ପ୍ରଥମଥର ସ୍କ୍ରିନ ସେୟାର କରିବେ କରନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ
ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ପୁଣିଥରେ ପରଦାରେ ଦେଓଲ ପରିବାରକୁ ଦେଖିବାକୁ ମିଳିବ । ଏକାଠି ନଜର ଆସିବେ ତିନୋଟି ପିଢି । ଯାହାକୁ ନେଇ ଉତ୍ସାହିତ ଦର୍ଶକ । ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ବି-ଟାଉନର ହିମ୍ୟାନ ଧର୍ମେନ୍ଦ୍ର, ସନ୍ନି ଦେଓଲ ଓ ବବି ଦେଓଲ ନିଜର ଚର୍ଚ୍ଚିତ ଫିଲ୍ମ ‘ଅପନେ’ ସିକ୍ବେଲ ନେଇ ଫେରିବେ । ଯାହାକୁ ଏବେ କନଫର୍ମ କରିଛନ୍ତି ଫିଲ୍ମ କ୍ରିଟିକ ତରଣ ଆଦର୍ଶ ।

ସେ ଟ୍ବିଟରେ ଏହାର ସୂଚନା ଦେଇ ଏକ ମୋଶନ ପୋଷ୍ଟର ଜାରି କରିଛନ୍ତି । ଯେଉଁଥିରେ ସୋହମ ରକଷ୍ଟାର ଏଣ୍ଟରଟେନମେଣ୍ଟସରେ ନିର୍ମାଣ ହେବାକୁ ଯାଉଛି ଏହି ଫିଲ୍ମ ବୋଲି ଲେଖାଯାଇଛି । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଅନିଲ ଶର୍ମା ତୁଲାଉବାକୁ ଯାଉଥିବା ବେଳେ ଏହାର ପ୍ରଯୋଜନା କରିବେ ଦୀପକ ମୁକ୍ତି । ଆଉ ଫିଲ୍ମରେ ଏଥର ଦେଓଲ ପରିବାର ତିନୋଟି ପିଢିକୁ ଦେଖିବାକୁ ମିଳିବ । କାରଣ ଫିଲ୍ମରେ ସାମିଲ ହୋଇଛନ୍ତି ସନ୍ନିଙ୍କ ପୁଅ ତଥା ଅଭିନେତା କରନ ଦେଓଲ ।

ପ୍ରକାଶ ଥାଉକି ଆସନ୍ତା ବର୍ଷ ମାର୍ଚ୍ଚରେ ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ଦିୱାଲୀ ଅବସରରେ ଫିଲ୍ମ ରିଲିଜ କରିବା ଯୋଜନା କରିଛନ୍ତି ମେକର୍ସ ।

ABOUT THE AUTHOR

...view details