ଓଡିଶା

odisha

By

Published : Oct 23, 2019, 3:23 PM IST

ETV Bharat / sitara

ସୁପ୍ରୀମ କୋର୍ଟରେ ‘ବାଲା’, ରିଲିଜ ରୋକିବାକୁ ଦାବି

‘ବାଲା’ ନିର୍ମାତାଙ୍କ ସମସ୍ୟା କମିବାର ନାଁ ନେଉନାହିଁ । କେତେବେଳେ ଫିଲ୍ମର ଗୀତକୁ ନେଇ ସମସ୍ୟା ଦେଖାଦେଇଛି ତ ଆଉ କେତେବେଳେ ଫିଲ୍ମ ରିଲିଜ। ଏବେ ଫିଲ୍ମ ଉପରେ କପିରାଇଟ ଅଭିଯୋଗ ଆଣିଛନ୍ତି ‘ଉଜଡା ଚମନ’ ନିର୍ଦ୍ଦେଶକ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଟ୍ୟାଲେଣ୍ଟଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ବାଲା’ ରିଲିଜ ହେବା ପୂର୍ବରୁ ବିବାଦ ଘେରରେ। ଫିଲ୍ମର ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ‘ଉଜଡା ଚମନ’ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ଯାଚିକା ଦାଏର କରି ‘ବାଲା’ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି।

ଯାଚିକାରେ କୁହାଯାଇଛି ଯେ ‘ବାଲା’ ଫିଲ୍ମ ନିର୍ଦ୍ଦେଶକ ଦିନେଶ ବିଜାନ କପି ରାଇଟ୍ସର ଉଲ୍ଲଂଘନ କରିଛନ୍ତି । ଏହି ଯାଚିକା ଉପରେ ସୁପ୍ରିମକୋର୍ଟ ଆସନ୍ତା ମାସ 4 ତାରିଖରେ ଶୁଣାଣି କରିବେ। ପ୍ରକାଶ ଥାଉକି ‘ଉଜଡା’ ଚମନର ମେକର୍ସ ‘ବାଲା’ ଫିଲ୍ମ ଉପରେ କପିରାଇଟର ଉଲ୍ଲଂଘନର ଅଭିଯୋଗ ଲାଇଛନ୍ତି । ମେକର୍ସଙ୍କ ଅନୁଯାୟୀ ତାଙ୍କ ଫିଲ୍ମ କନ୍ନଡ ଫିଲ୍ମ ‘ondu motteye kathe’ର ରିମେକ । ଆଉ ତାଙ୍କ ପାଖରେ ଏହାର ଓରିଜନାଲ ଫିଲ୍ମର କପିରାଇଟ ଅଛି ।

ଅନ୍ୟପଟେ ‘ବାଲା’ ପ୍ରଯୋଜକ ଦିନେଶ ଏହି ମାମଲା ଉପରେ କହିଥିଲେ ଯେ ତାଙ୍କ କମ୍ପାନୀ Maddock Films ଏକ ଅଧିକାରୀକ ଷ୍ଟେଟମେଣ୍ଟ ଜାରି କରିଛି । ଯେଉଁଥିରେ ଲେଖାଯାଇଛି ‘ବାଲା’ ଦୀର୍ଘ ସମୟରୁ ଏହି ପ୍ରୋଜେକ୍ଟରେ ସମ୍ପୃକ୍ତ ରହିଆସୁଛି । ପ୍ରକାଶ ଥାଉକି ‘ବାଲା’ ନଭେମ୍ବର 7ରେ ରିଲିଜ ହେବାକୁ ଯାଉଥିବା ବେଳେ ‘ଉଜଡା ଚମନ’ ନଭେମ୍ବର 8ରେ ରିଲିଜ ହେବ ।

ABOUT THE AUTHOR

...view details