ନୂଆଦିଲ୍ଲୀ: ସୋସିଆଲ ମିଡିଆ ଟ୍ରୋଲିଂ ଓ ହ୍ୟାସଟ୍ୟାଗ୍ରେ ବିରକ୍ତ ହେଲେ ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର । ଏହାକୁ ନେଇ ଦିଲ୍ଲୀ ବସନ୍ତ କୁଞ୍ଜରେ ଜଣେ ଟ୍ବିଟର୍ ୟୁଜର ଓ ୟୁଟ୍ୟୁବରଙ୍କ ବିରୋଧରେ ଏତଲା ଦେଇଛନ୍ତି । ସେପଟେ ସ୍ବରାଙ୍କ ଅଭିଯୋଗ ପରେ ପୋଲିସ ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସ୍ବରା ଅଭିଯୋଗ କରିଛନ୍ତି ଯେ, ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ ସେୟାର କରାଯାଉଛି । ଯେଉଁଥି ପାଇଁ ସ୍ବରାଙ୍କ ସମ୍ମାନ ହାନି ହେଉଛି । ସ୍ବରାଙ୍କ ଏକ ଫିଲ୍ମର ସିନ୍କୁ ବ୍ୟବହାର କରି ସ୍ବରାଙ୍କୁ ଟ୍ୟାଗ କରାଯାଉଛି । ଏହାଦ୍ବାରା ତାଙ୍କ ସମ୍ମାନ ହାନି ହେଉଛି । କିଛି ଦିନ ପୂର୍ବେ ସ୍ବରା ଉତ୍ତର ପ୍ରଦେଶର ଲଖୀମପୁର ଘଟଣାକୁ ନେଇ କିଛି ମନ୍ତବ୍ୟ ଦେଇଥିଲେ । ଏହାପରେ ତାଙ୍କୁ ଏଭଳି ଟ୍ୟାଗ ହେବାକୁ ପଡ଼ିଛି ।