ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ହରର କମେଡି ଫିଲ୍ମ ଲକ୍ଷ୍ମୀ ବମ୍ ନଭେମ୍ବର 9 ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରିଥିବା ନିର୍ଦ୍ଦେଶକ ରାଘବ ଲରେନ୍ସ କହିଛନ୍ତି ଯେ, ସେ ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକଙ୍କ କାହାଣୀ କହିବାକୁ ବାଧ୍ୟ ହୋଇଥିଲେ ।
ଏହି ଚଳଚ୍ଚିତ୍ରଟି ତାମିଲ ହରର୍ କମେଡି ମୁନି ୨: କାଞ୍ଚନାର ରିମେକ୍ ଅଟେ । ଯାହା ଲରେନ୍ସ 2011 ରିଲିଜ ହୋଇଥିଲା ।
ଲରେନ୍ସ କହିଛନ୍ତି, ମୁଁ ଏକ ଟ୍ରଷ୍ଟ ଚଳାଉଛି ଏବଂ କିଛି ଟ୍ରାନ୍ସଜେଣ୍ଡର ସାହାଯ୍ୟ ପାଇଁ ମୋ ଟ୍ରଷ୍ଟ ସହିତ ସଂପର୍କ କରିଥିଲେ। ମୁଁ ଯେତେବେଳେ ତାଙ୍କ ଠାରୁ ଶୁଣିଲି, ମୋତେ ଲାଗିଲା ଯେ ମୁଁ ସେମାନଙ୍କ କାହାଣୀ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି, ପ୍ରଥମେ କାଞ୍ଚନା ଫିଲ୍ମ ମାଧ୍ୟମରେ ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ର ଲକ୍ଷ୍ମୀ ବମ ମାଧ୍ୟମରେ । ଫିଲ୍ମ ଦେଖିବା ପରେ ମୁଁ କ’ଣ ବିଷୟରେ କହୁଛି ଦର୍ଶକ ଜାଣିବେ । ପ୍ରଥମ ଥର ପାଇଁ ମୁଁ ହରର କମେଡି ଫିଲ୍ମରେ ଟ୍ରାନ୍ସଜେଣ୍ଡରଙ୍କ ବିଷୟରେ ଏକ ଗୁରୁତ୍ବପୂର୍ଣ୍ଣ ସାମାଜିକ ବାର୍ତ୍ତା ଜଡିତ କରିବାକୁ ଚେଷ୍ଟା କଲି । ଏହି ଫିଲ୍ମର ବିଭିନ୍ନ ଚରିତ୍ରଗୁଡ଼ିକୁ ଦର୍ଶକମାନେ ଉପଭୋଗ କରିପାରିବେ ।