ଓଡିଶା

odisha

ETV Bharat / sitara

ଦଙ୍ଗଲ ଗାର୍ଲ ସାଜିଲେ ମରାଠୀ ମହିଳା, ଦେଖନ୍ତୁ ଫଟୋ - ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ନୂଆ ପୋଷ୍ଟର ରିଲିଜ

ଜାରି ହୋଇଯାଇଛି ମଲ୍ଟି ଷ୍ଟାରର କମେଡି ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ନୂଆ ପୋଷ୍ଟର। ଫିଲ୍ମରେ ମରାଠୀ ମହିଳା ଭୂମିକାରେ ଅଭିନୟ କରୁଛନ୍ତି ଫାତିମା ସନା ସେକ।

fatima sana shaikh
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫାତିମା ସନା ସେଖ

By

Published : Feb 14, 2020, 7:16 PM IST

ମୁମ୍ବାଇ: ଦଙ୍ଗଲ ଗାର୍ଲ ଅଭିନେତ୍ରୀ ଫାତିମା ସନା ସେଖ ନିଜ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ। ସେ ଖୁବଶୀଘ୍ର ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ ନେଇ ପରଦାରେ ନଜର ଆସିବେ। ଫିଲ୍ମରେ ସେ ଜଣେ ମରାଠୀ ମହିଳା ଭୂମିକାରେ ଦେଖାଯିବେ। ଇତିମଧ୍ୟରେ ତାଙ୍କ ଫାଷ୍ଟଲୁକ ପୋଷ୍ଟର ସାମ୍ନାକୁ ଆସିଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୋଜ ବାଜପେୟୀ

ଏହି ଅବସରରେ ଫାତିମା ଇନଷ୍ଟାଗ୍ରାମରେ ନିଜ ଫାଷ୍ଟଲୁକ ପୋଷ୍ଟର ଫ୍ୟାନ୍ସଙ୍କ ପାଇଁ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଏ ମରାଠୀ ମୁଲଗି ପଡେଗି ସବପର ଭାରି।’

ସେପଟେ କୋ-ଷ୍ଟାର ମନୋଜ ବାଜପେୟୀ ଶୁକ୍ରବାର ଇନଷ୍ଟାଗ୍ରାମରେ ଫିଲ୍ମ ଟିମ ସହ ଫଟୋ ସେୟାର କରିଛନ୍ତି । ଫଟୋରେ ତାଙ୍କ ସହ ଫାତିମା ଓ ସୁପ୍ରିୟା ପିଲଗାୱକର ନଜର ଆସୁଛନ୍ତି। ମହାରାଷ୍ଟ୍ରର ଲୋକପ୍ରିୟ ଶାଢୀ ପିନ୍ଧିଥିବାର ନଜର ଆସୁଛନ୍ତି ଏହି ଦୁଇ ଅଭିନେତ୍ରୀ।

ଫଟୋର କ୍ୟାପସନରେ ମନୋଜ ଲେଖିଛନ୍ତି, ‘ସୁରଜ ପେ ମଙ୍ଗଲ ଭାରିର ମହିଳାଙ୍କ ସହ ଟ୍ରେନରେ।’ ପ୍ରକାଶ ଥାଉକି ସୁରଜ ପେ ମଙ୍ଗଲ ଭାରି ଏକ ପାରିବାରିକ କମେଡି ଫିଲ୍ମ। ଯାହା 90 ଦଶକର ମୁମ୍ବାଇ କାହାଣୀକୁ ନେଇ ଆଧାରିତ । ଫିଲ୍ମରେ ଫେମସ ଅଭିନେତା ଦୋସାଞ୍ଝ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ପ୍ରଯୋଜନା ଜି ଷ୍ଟୁଡିଓ ଦ୍ବାରା କରାଯାଉଛି ।

ABOUT THE AUTHOR

...view details