ହାଇଦ୍ରାବାଦ: 2017ର ତାମିଲ ବ୍ଲକବଷ୍ଟର ଫିଲ୍ମ ‘ଆରୁଭି’ର ହିନ୍ଦୀ ରିମେକକୁ ନେଇ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଯେଉଁଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଫାତିମା ସାନା ସେଖ । ନିର୍ମାତା ଶୁକ୍ରବାର ଏହାର ଘୋଷଣା କରି ଦର୍ଶକଙ୍କୁ ଦେଇଛନ୍ତି ସରପ୍ରାଇଜ ।
ସେପଟେ ଫିଲ୍ମ ପାଇଁ ଆପ୍ଲେଜ୍ ଏଣ୍ଟରଟେନମେଣ୍ଟ ଫେତ୍ ଫିଲ୍ମସ୍ ସହିତ ସହଯୋଗ କରିଛି । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଇ. ନିୱାସ ।