ମୁମ୍ବାଇ: ବହୁଦିନ ଧରି ଲାଇମଲାଇଟଠାରୁ ଦୂରରେ ରହିଥିବା ବଲିଉଡ ଅଭିନେତା ଫରଦିନ ଖାନ ଏବେ ପୁଣି ଥରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥର କିନ୍ତୁ ତାଙ୍କର ସଂପୂର୍ଣ୍ଣ ନୂଆ ଲୁକ୍ ଦେଖିବାକୁ ମିଳିଛି । ତାଙ୍କ ଚେହେରା ପୁରା ବଦଳିଯାଇଛି । ସେ ଫ୍ୟାଟରୁ ପୁରାପୁରି ଫିଟ୍ ହୋଇଯାଇଛନ୍ତି ।
ଫିଲ୍ମ ପ୍ରେମ ଅଗନର ହିରୋ ଫରଦିନଙ୍କୁ ଦୀର୍ଘ ଦିନ ଧରି ଫିଲ୍ମରେ ଦେଖିବାକୁ ମିଳିନଥିଲା । ସେ ୨୦୧୬ ରେ ଶେଷଥର ପାଇଁ କ୍ୟାମେରା ସାମ୍ନାକୁ ଆସିଥିଲେ । ତାଙ୍କ ଓଜନ ଏତେ ବଢ଼ି ଯାଇଥିଲା ଯେ ତାଙ୍କୁ ଚିହ୍ନିବା ମୁସକିଲ୍ ହୋଇଯାଇଥିଲା । ମୋଟାପଣ ଯୋଗୁଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡିଥିଲା । ସେତେବେଳେ ଫରଦିନଙ୍କୁ ଦେଖି ପ୍ରଶଂସକମାନେ ପୁରା ଚକିତ ହୋଇଯାଇଥିଲେ ।